ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍ର ବର୍ବରତା ଦେଖିବାକୁ ମିଳିଛି।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।
ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରାୟ ସପ୍ତାହେ ବିତି ଗଲାଣି । ଅଜି ବିଧାନସଭାର ଅଷ୍ଟମ ଦିନ ଥିଲା । ଏହି ୮ ଦିନ ମଧ୍ୟରେ ପବିତ୍ର ଗୃହରେ ଦିନେ ବି ହୋଇପାରିନି ଆଲୋଚନା ।
ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା।
ମମିତା ମେହେର ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚାର ଧାରଣା । ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା ।
ଆଜି ବିଜେଡିର ଦରବୃଦ୍ଧି ପ୍ରତିବାଦ । ସକାଳ ୯ଟାରୁ ଶୋଭାଯାତ୍ରା ଆରମ୍ଭ । ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଆଜି ଠପ୍ ହେଲା ଗୃହ କାର୍ଯ୍ୟ : ଫଟୋ ଦେଖାଇଲେ, ସବୁଦଳ ମିଶି ହଙ୍ଗାମା କଲେ । ଶେଷରେ ଆଜି ବି ଯଥା ପୂର୍ବଂ ତଥା ପରିଂ ପରି ଲାଗିରହିଲା ସ୍ଥିତି ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍ ପ୍ରତିକ୍ରିୟା ରଖିଛନ୍ତି।
ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି ।
ମମିତା ମାମଲାରେ ଆସମ୍ଲିରେ ଜାରି ରହିଛି ପଲିଟିକାଲ ହାଇଡ୍ରାମାI ନବୀନଙ୍କୁ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କରଙ୍କୁ ଦୁର୍ଯ୍ୟଧନ ଦର୍ଶାଇଲା ବିଜେପି I ଘଣ୍ଟ ପିଟି ଚେତାଇବାକୁ ଚେଷ୍ଟାକଲେ ବିଜେପି ସଦସ୍ୟ I ଦୁର୍ଗା ରୂପରେ ମମିତାଙ୍କୁ ଚିତ୍ରଣ କରି କଂଗ୍ରେସର ବିଧାନସଭା ପରିକ୍ରମା I ବିରୋଧୀ ସଦସ୍ୟ ଙ୍କ ଉପରେ ବିଜେଡି ଛିଞ୍ଚିଲା ଜଗନ୍ନାଥଙ୍କ ଜଳ I
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍ସର ଆଜି ଲୋକାର୍ପଣ ହୋଇଛି ।
ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି।
ବିଜେଡିର ସ୍ଲୋଗାନ, ଆମେ କଥା ନୁହଁ, କାମରେ ବିଶ୍ୱାସ ରଖୁ । କିନ୍ତୁ ବିଜେଡି ସରକାର କହେ, କାମ କମ୍ ପ୍ରଚାରରେ ଅଧିକ ବିଶ୍ୱାସ ରଖୁ। ଏ କଥା ଆମେ କହୁନାହୁଁ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି ।
ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବି ରଖାଯାଉଛି, ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍ବୁଦ୍ଧି ଦିଅନ୍ତୁ, ଅଭିଯୁକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ, ବିଜେଡିର ସଦ୍ବୁଦ୍ଧି ଫେରିବା ଯାଏଁ ଲଢେଇ ଜାରି ରହିବ: ତାରା ପ୍ରସାଦ ବାହିନୀପତି
ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁ ନାହାନ୍ତି.. ଏନେଇ ବିଧାୟକ ବିଷ୍ଣୁ ସେଠୀ କଣ କହୁଛନ୍ତି ଶୁଣନ୍ତୁ..
ଗୋଟିଏ ଲୋକକୁ ବଞ୍ଚେଇବାକୁ ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ.. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳୀ ପକେଇଦେଉଛନ୍ତି.. ଗୃହକୁ ଚଲେଇ ଦେଉନାହାନ୍ତି ଶାସକ ଦଳ..ଏହାର ପ୍ରତିବାଦ କରି ବିଜେପି ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି..
୬ ଦିନ ହେଲାନି ଚାଲିପାରୁନି ବିଧାନସଭା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବ ହେଉଛି । ତେଣୁ ବିଜେଡି ଆଜି ଗୃହରେ ଗଙ୍ଗାପାଣି ଛିଞ୍ଚିବା ସହ ଗାନ୍ଧି ମୂର୍ତ୍ତୀ ତଳେ ଧାରଣା ଦେଇଛି ।
ଆଜିବି ଚାଲିପାରିଲାନି ବିଧାନସଭା ଗୃହ । ପ୍ଲାକାର୍ଡ ଧରି ବିରୋଧ କରିଛନ୍ତି ବିରୋଧୀ ।
ବିଧାନସଭା ଶୀତ ଅଧିବେଶନର ୬ଷ୍ଠ ଦିନରେ ବି ମୁଲତବୀ ହେଲା ଗୃହ.. ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ କଲେ ବାଚସ୍ପତି
ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡେଇଥିଲେ।
ମମିତ ମାହେର ହତ୍ୟା ଘଟଣାକୁ ନେଇ ୫ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି ।
ଆମର ଦାବି ସରକାର ତୁମେ ମାନିନିଅ... କମ୍ପୁଛି ଗୃହ... ନିଜ ଜିଦ୍ରେ ଅଟଳ ଶାସକ-ବିରୋଧୀ
ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି ।