/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642691843.jpg)
Odisha's Tableau
ତେଜିଲା ପ୍ରଜ୍ଞାପନ ମେଢ଼ ବିବାଦ । ବିଳମ୍ବରେ ହେଲେ ବି ପ୍ରତିକ୍ରିୟାଶୀଳ ହୋଇଛି ପାଇକ ସଂଗଠନ । କାହିଁକିନା ପାଇକ ବିଦ୍ରୋହ ଥିମ୍ରେ ହୋଇଥିବା ପ୍ରଜ୍ଞାପନ ମେଢକୁ ସାଧାରଣତନ୍ତ୍ର ଦିବସ ପରେଡରୁ ବାଦ ଦିଆଯାଇଛି । ଗତ ଡିସେମ୍ବର ୨୩ରୁ ବାଦ୍ ପଡିଥିଲେ ବି ସରକାରୀ ସ୍ତରରେ କିନ୍ତୁ କୌଣସି ତତ୍ପରତା ପ୍ରକାଶ ପାଇନି । ଯେଉଁଠି କି ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି ।
ରାଜଭବନ ଆଗରେ ପାଇକ ଆଖଡା ପ୍ରଦର୍ଶନ ସାଧାରଣତନ୍ତ୍ର ଦିବସ ପରେଡ୍ରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିବାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ଚଳିତ ବର୍ଷ ଓଡିଶାର ଥିମ ଥିଲା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କୁ ନେଇ । ହେଲେ ଲଗାତର ଦ୍ୱିତୀୟ ବର୍ଷ ଲାଗି ଓଡିଶା ମଡେଲ ଅଗ୍ରାହ୍ୟ ହୋଇଛି ।
୭୩ତମ ସାଧାରଣତନ୍ତ୍ର ଦିବସ ଲାଗି ଓଡିଶା ପକ୍ଷରୁ ୬ଟି ଡିଜାଇନ୍ ପଠାଯାଇଥିଲା ସେଗୁଡିକ ହେଲା; ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ, କୃଷ୍ଣଚନ୍ଦ୍ର ଗଜପତି ଓ ଚାଖୀ ଖୁଣ୍ଟିଆ, ସ୍ୱାଧିନତା ସଂଗ୍ରାମୀ ଓ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ୱାଧୀନତା ପରେ ବିକାଶ, ଓଡିଶା ଓ ହକି, ଓଡିଶା ଓ ପ୍ରାକୃତିକ ବିପର୍ଯ୍ୟୟ । କେବଳ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ ମଡେଲକୁ ଚୟନ କରାଯାଇଥିବାବେଳେ ଅନ୍ୟ ୫ଟି ମଡେଲକାଟ୍କୁ ଚୟନ କରାଯାଇନାହିଁ ।
ସବୁ ଠିକ୍ ଠାକ୍ ଥିବାବେଳେ ଚତୁର୍ଥ ରାଉଣ୍ଡରେ ବାଦ ପଡିଥିଲା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ ମଡେଲ । ପ୍ରତ୍ୟାଖ୍ୟାନ ପଛରେ ସେଭଳି ବଡ଼ କାରଣ ବି କିଛି ଦର୍ଶାଯାଇନାହିଁ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଓଡ଼ିଶା ଭଳି ତାମିଲନାଡ଼ୁ, କେରଳ ଓ ପଶ୍ଚିମ ବଙ୍ଗର ମଡେଲକୁ ବି ପ୍ରତ୍ୟାଖ୍ୟାନ କରିଛି କେନ୍ଦ୍ରୀୟ ଚୟନ କମିଟି । ହେଲେ ପ୍ରତ୍ୟାଖିତ ହେବା ପରେ ଏ ତିନି ରାଜ୍ୟରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ର ବିରୋଧରେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏନେଇ ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତି । ହେଲେ ସମାନ ପ୍ରସଙ୍ଗରେ କିନ୍ତୁ ଓଡିଶା ସରକାର ଚୁପ୍ ଶାସକ ବିଜେଡି ଘଟଣାକୁ କେବଳ ନିନ୍ଦା କରିଥିଲେ ସୁଦ୍ଧା ବିଧିବଦ୍ଧ ଭାବେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ ।
ପ୍ରତିରକ୍ଷା ବିଭାଗ ଅଧିନରେ ଥିବା କେନ୍ଦ୍ରୀୟ ଚୟନ କମିଟି ପ୍ରଜ୍ଞାପନ ମେଢ ଚୟନ କରିଥାଏ । ତେବେ ଚୟନ କମିଟିର ଓଡ଼ିଶା ମଡେଲ୍କୁ ପ୍ରତ୍ୟାଖ୍ୟାନ ପଛରେ ଅନ୍ୟ କିଛି କାରଣ ନାହିଁ ତ? ତାକୁ ନେଇ ବି ପ୍ରଶ୍ନ ଉଠିଲାଣି କାହିଁକି ନା ୧୮୧୭ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାରୁ ପୂର୍ବରୁ ଅଗ୍ରାହ୍ୟ କରିଦେଇଛନ୍ତି ।
ରିପୋର୍ଟର: ସ୍ୱାତୀ ଜେନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)