Advertisment

ମନ ଜିଣିବାକୁ ଧାନ ଖଳାରେ କାମ କଲେ ପ୍ରାର୍ଥୀ

ମନ ଜିଣିବାକୁ ଧାନ ଖଳାରେ କାମ କଲେ ପ୍ରାର୍ଥୀ। ଚାଷୀଙ୍କ କାନ୍ଧରେ କାନ୍ଧ ମିଶାଇ ବେଙ୍ଗଳା ପକାଇବା ସହ ଖଳାରେ କାମ କଲେ। ଟଙ୍କା ନୁହେଁ ଶ୍ରମ ଦାନ କରି ଭୋଟରଙ୍କ ମନ ଜିଣିବେ ବୋଲି ସେ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP's ZP Candidate In Pipili Campaigns

BJP's ZP Candidate In Pipili Campaigns

ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ। ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି। କେହି କେହି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁ ଥିବାବେଳେ ପୁରୀ ଜିଲ୍ଲା ପିପିଲିରୁ ଆସିଛି ଏକ ନିଆରା ଚିତ୍ର। ଏଠାରେ ଜଣେ ପ୍ରାର୍ଥୀ ଶ୍ରମ ଦାନ କରି ଭୋଟ୍‌ ଭିକ୍ଷା କରିଛନ୍ତି। ଚାଷୀଙ୍କ କାନ୍ଧରେ କାନ୍ଧ ମିଶାଇ ବେଙ୍ଗଳା ପକାଇବା ସହ ଖଳାରେ କାମ କରିଛନ୍ତି।

Advertisment

ଟଙ୍କା ନୁହେଁ ଶ୍ରମ ଦାନ କରି ଭୋଟରଙ୍କ ମନ ଜିଣିବେ ବୋଲି କହିଛନ୍ତି ପିପିଲି ବ୍ଲକ୍‌ ୨୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ବେହେରା। ନାମାଙ୍କନ ପତ୍ର ଦାଖଲର ମାତ୍ର ଦିନକ ପରେ ନିଜେ ଏକା ଏକା ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ନା ତାଙ୍କ ସହ ଅଛନ୍ତି କର୍ମୀ ନା ଶୁଭେଚ୍ଛୁ। ସାଙ୍ଗରେ କେବଳ ସାଇକେଲ ଆଉ ଗୋଟିଏ ଦଳୀୟ ପତାକା। ଗାଁ ଗାଁ ବୁଲୁଛନ୍ତି, ଲୋକଙ୍କୁ ଭେଟୁଛନ୍ତି ଏବଂ ସେମାନଙ୍କ ସହିତ ମିଶି କାମ କରୁଛନ୍ତି। 

ଶାସକ ଦଳ ନିର୍ବାଚନ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ନୋଟ୍‌ ବଦଳରେ ଭୋଟ୍‌ ନେଉଥିବା ବେଳେ ଏତେ ଟଙ୍କା ସେ କୁଆଡ଼ୁ ଆଣିବେ ବୋଲି ସୁରେନ୍ଦ୍ର କହିଛନ୍ତି। ତେଣୁ ଶ୍ରମ ଦାନ କରି ଭୋଟ୍‌ ଭିକ୍ଷା କରୁଥିବା ସେ କହିଛନ୍ତି।

Advertisment
Odisha Panchayat Polls Odisha Panchayat Elections
Advertisment
Advertisment