Advertisment

ବିଜେଡି ବିଧାୟକ ବାଣ୍ଟୁଛନ୍ତି ସରପଞ୍ଚ ଟିକେଟ

ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି

author-image
Chandan Shishu
ଅଦ୍ୟତନ ହୋଇଛି
Election guidelines Violation

Election guidelines Violation

ଜଗତସିଂହପୁର: ବିଜେଡି ବିଧାୟକ ବାଣ୍ଟୁଛନ୍ତି ସରପଞ୍ଚ ଏବଂ ସମିତି ସଭ୍ୟ ଟିକେଟ। ବିଧାୟକଙ୍କ ଲେଟର ପ୍ୟାଡରେ ବିଜେଡି ସମଥିତ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଉଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଲେଟର ପ୍ୟାଡ୍‌ରେ ନାଉଗାଁ ବ୍ଲକର ୧୩ ପଞ୍ଚାୟତ ପାଇଁ ସରପଞ୍ଚ ଓ ସମିତି ସଭ୍ୟ  ପ୍ରାର୍ଥୀ ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦଳୀୟ ଚିହ୍ନରେ ଲଢନ୍ତି ନାହିଁ କିନ୍ତୁ ଦଳୀୟ ନେତା ମାନେ ହିଁ ପ୍ରାର୍ଥୀ ଚୟନ କରନ୍ତି। ଦଳୀୟ ଚିହ୍ନ ନାହିଁ ବୋଲି ଯେ ସେମାନଙ୍କୁ ଦଳୀୟ ସମର୍ଥିତ କୁହାଯିବନି ଏକଥା ଠିକ ନୁହେଁ ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି।

EC Odisha Panchayat Election
Advertisment
Advertisment