Advertisment

ମହାପ୍ରସାଦ ଛୁଇଁ ଶପଥ କରିବାକୁ କହିଲେ ବିଜେଡି ନେତା

ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Sapath Politics

Sapath Politics

ପିପିଲି: ଈଶ୍ୱରଙ୍କ ନାଁରେ ଶପଥ ପାଠ। ମହାପ୍ରସାଦ ଛୁଇଁ ବି ଚାଲିଛି ଶପଥ। ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ଚାଲିଛି ଏଭଳି ଓଥ୍ ପଲିଟିକିକ୍ସ। ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଚିଲିକା ବ୍ଲକ୍ ଅଧ୍ୟକ୍ଷା ତଥା ବିଜେପିର ନେତ୍ରୀ ଝରଣା ବାରିକ, ଜିଲ୍ଲା ପରିଷଦ ସଭ୍ୟା ଦମୟନ୍ତୀ ବସ୍ତିଙ୍କ ସମେତ ଅନେତ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ, ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ଏମାନେ ଶଙ୍ଖ ଶିବିରକୁ ଡେଇଁଛନ୍ତି। ରୋଚକ କଥା ହେଲା, ମିଶ୍ରଣ ପର୍ବ ଶେଷବେଳକୁ ଦମୟନ୍ତୀ ଓ ଝରଣାଙ୍କୁ ଈଶ୍ୱରଙ୍କ ନାଁରେ ଶପଥ ପାଠ କରାଇଥିଲେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ। 

Advertisment

ସେମିତି ସତ୍ୟବାଦୀରେ ମହାପ୍ରସାଦ ଛୁଇଁ ଶପଥ କରି କୁହ ତୁମେ ସଂଗଠନରେ ରହିବ, ଦଳକୁ ସମର୍ଥନ କରିବ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏମିତି ଭାବରେ ଜନସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବିଜେଡି ନେତା। ଭାଇରାଲ ହେଉଥିବା ଏହି ଭିଡିଓରେ ନଜର ଆସୁଛନ୍ତି ପୁରୀ ସତ୍ୟବାଦୀ ବିଧାୟକ ଉମାବଲ୍ଲଭ ସାମନ୍ତରାୟ।

କଣାସ ବ୍ଲକ ଅନ୍ତର୍ଗତ ବିଜିପୁର ନନ୍ଦିଗୋଦା ଛକ ନିକଟରେ ଥିବା ଏକ ଘରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି। କେବଳ ସେତିକି ନୁହେଁ  ଦଳୀୟ କର୍ମୀଙ୍କୁ ଠାକୁରଙ୍କ ପାଦୁକ ଧରାଇ ବି ଶପଥ କରାଇଛନ୍ତି। ଏନେଇ ସତ୍ୟବାଦୀ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment
Puri Odisha Panchayat Elections
Advertisment
Advertisment