/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642594683.jpg)
Panchayat Election
ଭୁବନେଶ୍ୱର: ଭୋଟ୍ ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସବୈତନିକ ଛୁଟି ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ଇସି ଜଣାଇଛନ୍ତି। ଭୋଟ ଦେବାକୁ ସରକାରୀ, ବେସରକାରୀ କର୍ମଚାରୀଙ୍କୁ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ଛୁଟି ମିଳିବ। ବୁଥ୍ ଠାରୁ କର୍ମସ୍ଥଳ ଦୂର ଥିବା କର୍ମଚାରୀଙ୍କୁ ୩ ଦିନ ସ୍ୱତନ୍ତ୍ର CL ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଥିବା ନ୍ୟାୟିକ କୋର୍ଟ ବନ୍ଦ ରହିବ।
ସେହିପରି ମଦ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ କରିଛନ୍ତି। ଯେଉଁଠି ଭୋଟ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା କରାଯାଇଛି। ୪୮ ଘଣ୍ଟା ପୂର୍ବଠାରୁ ଭୋଟ ପରଦିନ ପର୍ଯ୍ୟନ୍ତ ମଦ ସଂପୂର୍ଣ୍ଣ ନିଷେଧ କରାଯାଇଛି। ସଂପୃକ୍ତ ସ୍ଥାନରେ ମଦ ବିକ୍ରୟ ଓ ବଣ୍ଟନ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।
ସଂପୃକ୍ତ ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନରେ ମଦ ମନା କରାଯାଇଛି। ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍ ନିକଟରେ ବୁଲିବା ମନା କରାଯାଇଛି। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧ ଯାଏଁ ଅନଧିକୃତ ଲୋକଙ୍କୁ ବୁଥ୍ ବାରଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)