ଦଳରୁ ନିଲମ୍ବନ ହୋଇ ମଧ୍ୟ ସେ ସବୁ ବେଳେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ଖାଲି ଯୋଗଦେଉଛନ୍ତି କହିଲେ ହେବ ନାହିଁ । ତାଙ୍କରି ତତ୍ୱାବଧାନରେ ହିଁ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରାଯାଉଛି ।
ପ୍ରିନିସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି । ବିକାଶଙ୍କ ନାଁରେ FIR ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ମାର୍ଚ୍ଚ 17 ତାରିଖରେ ଯୋଗୀ ଗୋରଖପୁର ଫେରିଆସିଲେ । ପରେ ଅମିତ ଶାହ ଫୋନ୍ କରି କହିଲେ, ତୁରନ୍ତ ଦିଲ୍ଲୀ ଆସ । ସନ୍ଧ୍ୟାରେ ଗୋରଖପୁରରୁ ଦିଲ୍ଲୀକୁ ଫ୍ଲାଇଟ୍ ଓ ଟ୍ରେନର ସୁବିଧା ନଥିଲା । ତା ପରଦିନ ଯୋଗୀଙ୍କୁ ନେବା ପାଇଁ ଦିଲ୍ଲୀରୁ ଚାଟର୍ଡ ବିମାନ ଆସିଲା ।
ପଞ୍ଜାବ ନିର୍ବାଚନ ପାଇଁ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଞ୍ଜାବବାସୀ ଭଗବନ୍ତ ମାନ୍ଙ୍କୁ ବାଛିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ।
ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ । ହାତଗଣତି ସମର୍ଥକଙ୍କ ସହ ପ୍ରାର୍ଥୀଙ୍କ ଶୋଭାଯାତ୍ରା । ଖୋର୍ଦ୍ଧା ଜିଲ୍ଲା ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ଆଜି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ୍କୁ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପିର ସୁଜିତ ବଳବନ୍ତରାୟ ।
ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ, ଯିଏ ୪୪ ହଜାର ଟଙ୍କା ଦେଇ ବିଲେଇସର୍ଡା ସରପଞ୍ଚ ପଦ କିଣିଥିବା ଦାବି କରିଛନ୍ତି । ତାସହ ବଖାଣିଛନ୍ତି ପୁରା ଘଟଣା ପଛର ବୃତ୍ତାନ୍ତ ।
ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ହେଉ ଦେଖାଦେଲାଣି ଗଣ୍ଡଗୋଳ, ଟଙ୍କାବଣ୍ଟା ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ମୟୁରଭଂଜ ଉଦଳା ବ୍ଲକ୍ ଖଲାଡ଼ି ପଂଚାୟତ ଲାଗି ସରପଂଚ ପ୍ରାର୍ଥୀ ମାଳତୀ ସେନାପତି ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ପହଞ୍ଚିଥିଲେ ପୂର୍ବତନ ସରପଂଚ ସୁଲୋମଣି ମଢେଇ ।
ଘରେ ଘରେ ହେଉଛି ଆଲୋଚନା ପର୍ଯ୍ୟାଲୋଚନା । କାହାକୁ ଦେବେ ଭୋଟ ? ଆଶାୟୀ ପ୍ରାର୍ଥୀଙ୍କ ସହ ତାଙ୍କ ପରିବାର ବି ଲାଗିପଡ଼ିଛନ୍ତି ନିର୍ବାଚନ ପ୍ରଚାରରେ । ତେବେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ଭୋଟ ପ୍ରକ୍ରିୟା ୨୦କୁ ଘୁଞ୍ଚିଲା । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୨୨ ତାରିଖ ଯାଏଁ କମିଶନ ରାଲି ଓ ରୋଡ୍ ଶୋ ଉପରେ କଟକଣା ଜାରି କରିଛନ୍ତି ।
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ଭୋଟ ପ୍ରକ୍ରିୟା ୨୦କୁ ଘୁଞ୍ଚିଲା । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଅନନ୍ତ ଦାସଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏମିତିକି ଲୋକାୟୁକ୍ତରେ ବି ହୋଇଛି ତାଙ୍କ ନାଁରେ ଅଭିଯୋଗ ।
ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା ।
ହାତରେ ସମୟ କମ୍, ତଥାପି ବିଜେଡି, ବିଜେପି ଓ କଂଗ୍ରେସର ଅଙ୍କ ଛିଡ଼ୁନି । ମାଳ ମାଳ ଆଶାୟୀଙ୍କୁ ନେଇ ୮୫୩ ଜିଲ୍ଲା ପରିଷଦ ଲାଗି ଟିକେଟ ବଣ୍ଟା ଫାଇନାଲ୍ ଏଯାଏ ହୋଇପାରୁନି ।
ଦୀର୍ଘ ଦେଢ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ଯୁବକ ଓ ଛାତ୍ର ମାନଙ୍କ ଆକର୍ଷଣ ହରାଇଛି । ଭୋଟ୍ ପ୍ରତିଶତ କମିଛି,ଆସନ ସଂଖ୍ୟା କମୁଛି କିନ୍ତୁ ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ବି କିଛି ଯୁବକ କଂଗ୍ରେସକୁ ଆଦର୍ଶ କରି ରାଜନୀତିରେ ସଫଳ ହୋଇଛନ୍ତି । ତେବେ ଆମର ବିଶେଷ ଉପସ୍ଥାପନା ଖୋଲାକଥାରେ ଖଡିଆଳର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧୀ ମନୋରଞ୍ଜନ ଯୋଶୀ...
ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି ।
ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି ।
ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ ।
ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି ।
ଜମି ଆସୁଛି ପଂଚାୟତ ମାହୋଲ: କାହାକୁ ଟିକେଟ୍ ଦେବ ସେନେଇ ଚିନ୍ତାରେ ବିଜେଡ଼ି, ଯାହାର ଟିକେଟ୍ କାଟିବ ସିଏ ମୁହଁ ମୋଡ଼ିବ ସେଇ ଚିନ୍ତାରେ ନେତା ।
ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ଭୀମ ଆର୍ମି ମେଣ୍ଟ କରିପାରନ୍ତି ।
ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ? ଲୋପାମୁଦ୍ରା ଓ ମୀରାଙ୍କ ବାଦ୍ ଅନ୍ୟ ନେତ୍ରୀଙ୍କୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।