/odishatv-khabar/media/post_attachments/uploadimage/library/16_9/16_9_0/s_1645704293.jpg)
Bhubaneswar Municipal Corporation
ମହାନଗର ନିର୍ବାଚନ ଲାଗି ଆଉ ପାଦେ ଆଗେଇଲା ଭୁବନେଶ୍ୱର ମହାନଗର ନିଗମ(BMC)। ଏନେଇ ବିଏମ୍ସି ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ୭୦୫ ବୁଥ୍ର ୭ ଲକ୍ଷ ୨୫ ହଜାର ୭୬୫ ଭୋଟରଙ୍କ ତାଲିକା ପ୍ରକାଶ ପାଇଛି।
Advertisment
ଭୋଟର ତାଲିକା BMC ଅଫିସ୍ ସହ ସମସ୍ତ ୱାର୍ଡ ଅଫିସ୍ରେ ଉପଲବ୍ଧ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଏହି ତାଲିକା ପ୍ରକାଶ କରାଯାଇଛି।
ଅନ୍ୟପକ୍ଷେ, ଯେକୌଣସି ମୁହୂର୍ତ୍ତରେ ପୌର ର୍ନିବାଚନ ତାରିଖ ଘୋଷଣା ହୋଇପାରେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ଆହ୍ୱାନ କରିଛି। ଏହାସହ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଯାଇଛି।
Advertisment
ପୌର ପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ର୍ନିବାଚନ ହେବ।ରାଜ୍ୟର ୪୮ଟି ପୌର ପରିଷଦ, ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ନିର୍ବାଚନ ହେବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)