Advertisment

ପଞ୍ଚାୟତ ନିର୍ବାଚନ: ଆଜିଠୁ ଭୋଟ୍‌ ଗଣତି

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ଏଥିପାଇଁ ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ୩ ଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି। ଗଣତି କେନ୍ଦ୍ର ନିକଟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ବ୍ୟାରିକେଡ୍ କରାଯାଇଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ ଗଣାଯିବ।  କାଲି ୩୦୭ ଓ ପରଦିନ ୨୨୯  ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣା ହେବ। 

ଗଣତି କେନ୍ଦ୍ରରେ ଗୋଟିଏ ପଞ୍ଚାୟତ ପାଇଁ ଗୋଟିଏ ଟେବୁଲ ରଖାଯାଇଛି।  ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପଭାଇଜର୍, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ଗଣତିର ୧୫ ମିନିଟ୍ ପୂର୍ବରୁ ଭୋଟ୍‌ ବାକ୍ସ କାଉଣ୍ଟିଂ ଟେବୁଲ୍‌କୁ ଅଣାଯିବ। ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତି ହେବ।

Advertisment

ଇଲେକସନ୍ ଅଫିସ୍‌ର ଓ ଟାବୁଲେସନ୍ ଲାଗି ସ୍ୱତନ୍ତ୍ର ଟେବୁଲ୍ ରହିବ। ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ  ଜିଲ୍ଲା ପରିଷଦର ବାଲାଟ୍ ପେପରକୁ ରଙ୍ଗ ଅନୁସାରେ ପୃଥକ କରାଯିବା ପରେ କାଉଣ୍ଟିଂ ଆରମ୍ଭ ହେବ।

Odisha Panchayat Polls Odisha Panchayat Elections
Advertisment
Advertisment