Odisha Panchayat Elections
ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ବେଳେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟଣା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବୁଥ୍ ଜବରଦଖଲ ନେଇ ଅଭିଯୋଗ ଆସିବା ସହ ବାଲାଟ ପେପର ନେଇ ଏଜେଣ୍ଟ ପଳାଇଥିବା ଖବର ସାମ୍ନାକୁ ଆସିଛି।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ କଟସାହି ପଞ୍ଚାୟତ ୧ ନମ୍ବର ବୁଥ୍ରେ ଜଣେ ଏଜେଣ୍ଟ ବାଲାଟ ପେପର ନେଇ ଦୌଡ଼ି ପଳାଇବା ପରେ ମତଦାନ ବନ୍ଦ ରହିଥିବା ସୂଚନା ମିଳିଛି। ୩୬ ଜଣ ଭୋଟ୍ ଦେବା ପରେ ଜଣେ ଏଜେଣ୍ଟ ସରପଞ୍ଚ ବାଲାଟ ପେପର ନେଇ ଦୌଡ଼ି ପଳାଇଥିଲେ। ପରେ ପୋଲିସ୍ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଯାଇ ଏଜେଣ୍ଟଙ୍କୁ ଧରି ଥାନାକୁ ନେଇଥିଲେ। ଏହି ଘଟଣାରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖିଛି।
ଘଟଣା ପରେ ବୁଥ୍ ନିକଟରେ ଉତ୍ତେଜନା ପ୍ରକାଶ ପାଇବା ସହ ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି। ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧା ଆହତ ହୋଇଥିବା ଅଭିଯୋଗ ହୋଇଛି। ତେବେ ଭୋଟିଂ ବନ୍ଦ ସହ ବୁଥ୍ ଛାଡିଛନ୍ତି ପୋଲିଂ ଟିମ୍। କଟସାହି ପଞ୍ଚାୟତ ୧ ନମ୍ବର ବୁଥ୍ରେ ଭୋଟ୍ ବାତିଲ ହୋଇଛି। ସାନି ନିର୍ଦ୍ଦେଶନାମା ପରେ ପୁଣି ଭୋଟ୍ ହେବ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)