Allegation Against Minister Bikram Keshari Arukha
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ପଞ୍ଚାୟତ ଅଗଝୋଳ ଗାଁରେ ବୁଥ୍ ଜବରଦଖଲ ନେଇ ଅଭିଯୋଗ ହୋଇଛି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗାଁ ବୁଥ୍ରେ ପଶି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କରିବା ସହ ବୁଥ୍ ଜବରଦଖଲ କରିଥିବା ଅଭିଯୋଗ ହୋଇଛି।
ଗାଁର 16,17 ଓ 18 ନମ୍ବର ଓ୍ୱାର୍ଡର ବୁଥ୍ ଜବରଦଖଲ ନେଇ ଜିଲ୍ଲା ପରିଷଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଗୌଡ଼ ଓ ସମିତି ସଭ୍ୟ ପ୍ରାର୍ଥୀ ଅଯୋଧ୍ୟା ନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ପୁନଃ ମତଦାନ ଦାବିରେ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉଭୟ ପ୍ରାର୍ଥୀ ଲିଖିତ ଦାବିପତ୍ର ଦେଇଛନ୍ତି।
ସୂଚନା ଅନୁସାରେ, ଆଜି ସକାଳ ୮ଟା ୩୦ ମିନିଟ୍ରେ ମନ୍ତ୍ରୀ 17 ନମ୍ବର ବୁଥ୍ରେ ଭୋଟ ଦେବା ପରେ ସେଠାରେ ଥିବା 16,18 ନମ୍ବର ବୁଥ୍ ଭିତରେ ପଶି ଏଜେଣ୍ଟକୁ ମାଡ଼ ମାରି ବାହାରି ଯିବାକୁ କହିଥିଲେ। ସମିତି ସଭ୍ୟ ପ୍ରାର୍ଥୀ ମନ୍ତ୍ରୀଙ୍କ ଅବାଧ ପ୍ରବେଶକୁ ବିରୋଧ କରିବାରୁ ଉତ୍କ୍ଷିପ୍ତ ହୋଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗକୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଖଣ୍ଡନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)