• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ ଓ ମାର୍ଚ୍ଚ ୨୬ରେ ହେବ ଭୋଟ୍‌ ଗଣତି। ପୌର ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନ ଏହି ସୂଚନା ଦେଇଛନ୍ତି। ପୌର ନିର୍ବାଚନ ପାଇଁ ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ।

ଜାଣନ୍ତୁ, ପୌର ନିର୍ବାଚନ ନେଇ ନିର୍ବାଚନ କମିଶନ କ’ଣ ସବୁ ଘୋଷଣା କରିଛନ୍ତି...

  • ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ
  • ମାର୍ଚ୍ଚ ୨୬ରେ ହେବ ଭୋଟ୍‌ ଗଣତି
  • ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ
  • ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ
  • ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର
  • ୧୦୬ NAC/ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ
  • ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନି
  • ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ
  • ଇଭିଏମ୍‌ରେ ହେବ ଭୋଟ୍‌ ଗ୍ରହଣ, ପ୍ରତି ବୁଥ୍‌ରେ ରହିବ ୨ଟି ଇଭିଏମ୍
  • ଗୋଟିଏ ଇଭିଏମ୍‌ରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ
  • ୨ୟ ଇଭିଏମ୍‌ରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇ ହେବ
  • ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ
  • ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ

 

OTV is now on Whatsapp

Join and get latest news update delivered to you via whatsapp

Join Now