/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645688253.jpg)
Electoral violence in the final round of voting
ଶେଷ ପର୍ଯ୍ୟାୟ ମତଦାନ ସମୟରେ ହିଂସା । ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବୁଥ ଜବରଦଖଲ ଅଭିଯୋଗ ପରେ ୯ଟି ବୁଥରେ ଭୋଟ ଗ୍ରହଣ ବନ୍ଦ ରହିଛି । ପୁନଃ ପଞ୍ଚାୟତ ନିର୍ବାଚନ ଦାବିରେ ଗ୍ରାମବାସୀ ମାନେ ପୋଖରୀ ଗାଁ ଛକରେ ରାସ୍ତାରୋକ କରିଛନ୍ତି ।
ଘଟଣାସ୍ଥଳରେ ନିଆଁଳି ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।ଦୁର୍ବୃତ୍ତ ମାନେ ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮ ଓ ୧୯ ନମ୍ବର ବୁଥରେ ଭୋଟ୍ ବାକ୍ସକୁ ପାଣିରେ ଫିଙ୍ଗିବା ତଥା ଭୋଟ୍ ବାକ୍ସରେ ପାଣି ଭର୍ତ୍ତି କରିଦେଇଥିଲେ ସେହିପରି ୧,୨,୩,୪,୫,୨୦ ଓ ୨୧ ନଂ ବୁଥରେ ବ୍ୟାପକ ରିଗିଂ ଅଭିଯୋଗ ହୋଇଛି ଏଥିସହ ଭୋଟରଙ୍କୁ ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ମାନେ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ କରାଯାଇଛି ।
ଅନ୍ୟପକ୍ଷେ, ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ୩,୪,୮ ନମ୍ବର ବୁଥରେ ମାଡ଼ ମାରି ଏଜେଣ୍ଟଙ୍କୁ ବାହାର କରିଦେଇଛନ୍ତି । ଏହାସହ ୬ ଓ ୭ ନମ୍ବର ବୁଥରେ ରିଗିଂ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ମଧ୍ୟ ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)