• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Naba Das murder case: Accused Gopal Das had developed personal grudge against Naba Das
କ୍ରାଇମବ୍ରାଞ୍ଚର ସାଂଘାତିକ ତଥ୍ୟ:‘ଗୋପାଳ ପାଗଳ ନୁହେଁ,ବ୍ୟକ୍ତିଗତ କାରଣରୁ ନବ ଦାସଙ୍କୁ ହତ୍ୟା କରିଥିଲା’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

Amit Saha
ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ: କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି...

ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ । ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

Awas Yojana Scam
ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପିଏମ୍ ଆବାସ

ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି ।

Modi Naveen Politics
ନୂଆ ସମୀକରଣ ଯୋଜନାରେ କି ଶଙ୍ଖଦଳ ?

ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଘୋଷଣା କରିବା ପରେ ତେଜିଲା ରାଜନୀତି। ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ଜାତୀୟ ସ୍ତରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିରୋଧୀ ।

Modi Naveen Politics
ସମଦୂରତା ନାଁରେ ସମଝୌତାରେ ଚାଲିଛି କି ଶଙ୍ଖ ଦଳ ?

ବଦଳୁଛି କି ବିଜେଡିର ଆଭିମୁଖ୍ୟ? ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ରାଜ୍ୟରେ ବିଜେପି ସହ ଲଢେଇ, ଦିଲ୍ଲୀରେ ଚାଲିଛି କି କୋଳୋକୋଳି ? ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ବିଚାର କରୁଛି କି ଶଙ୍ଖ ଦଳ ?

Awas Yojana Scam
ଲୋକେ କେବେ ଜାଣିବେ, କାହାକୁ ମିଳିଛି ଆବାସ ଯୋଜନା ?

ପୁଣି ବାହାସ୍ଫୋଟ, ପୁଣି ଆବାସ ଘର ପ୍ରତିଶ୍ରୁତି ଭେଳିକି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ନିଜ ବିଭାଗର କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି, ଖୁବଶୀଘ୍ର ୯ ଲକ୍ଷ ଆବାସ ରାଜ୍ୟରେ ବଣ୍ଟାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

New Parliament to Inaugurate By PM Narendra Modi
ବିରୋଧୀଙ୍କୁ ଦୋମୁହାଁ କହିଲା NDA, ମୋଦି ବି ମାରିଲେ ତେରଛା ବାଣ

ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଇତିହାସରେ ଯୋଡ଼ିହେବ ଅଭୂଲା ଅଧ୍ୟାୟ ।

Malkangiri Sarapanch Vs BDO
ପୁଣି ନେତା-ବାବୁ ମୁହାଁମୁହିଁ ! ସରପଞ୍ଚଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଡିଓ

ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ବିଡିଓ ଓ ସରପଞ୍ଚଙ୍କ ମଧ୍ୟରେ ଉଗ୍ର ହେଉଛି ବିବାଦ । ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବିଡିଓ । ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପଞ୍ଚାୟତ ପ୍ରତିନିଧି ।

PMAY Scam
ଆବାସ ବଣ୍ଟନ ନେଇ ସରକାରଙ୍କୁ ବିଜେପିର ଚେତାବନୀ, ହିତାଧିକାରୀଙ୍କୁ ଘର ନଦେଲେ ଆନ୍ଦୋଳନ

ବାକି ଥିବା ହିତାଧିକାରୀଙ୍କ ନାଁ କେବେ ଯୋଡ଼ିବେ ରାଜ୍ୟ ସରକାର ପଚାରିଲା ବିଜେପି ।

New Parliament Inauguration
ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ୧୯ ବିରୋଧୀ ଦଳଙ୍କ ବର୍ଜନ, ହେଲେ ଯୋଗ ଦେବ ବିଜେଡି

ଆସନ୍ତା ୨୮ ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବର୍ଜନ ନେଇ ୧୯ ବିରୋଧୀ ଦଳ ମିଳିତ ଘୋଷଣା କରିଛନ୍ତି। ହେଲେ ଏଥିରେ ଯୋଗ ଦେବ ବିଜେଡି।

Odisha Politics, BJD, Sushant Singh
ବିଜେଡି ସହ ହେଲା କି ଡିଲ୍, ମାନିଗଲେ ସୁଶାନ୍ତ..!

ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସଂଗଠନ କଥା ବୁଝିବାକୁ ତାଙ୍କୁ କୁହାଯାଇଥିବା ସୁଶାନ୍ତ କହିଥିବା ବେଳେ ବିଜେଡି କିନ୍ତୁ ବିଧିବଦ୍ଧ ଭାବେ କିଛି ଘୋଷଣା କରିନି।

dharmendra pradhan letter
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି; ନଗଦ ଭତ୍ତା ଟଙ୍କା ପ୍ରଦାନ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ତୀବ୍ର ବିରୋଧ

ହିତାଧିକାରୀଙ୍କୁ ନଗଦ ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବଦଳାଇବାକୁ ବିଜେପିର ଦାବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

PMAY
ରାଜ୍ୟରେ ଖୁବ୍‌ଶୀଘ୍ର ବଣ୍ଟାଯିବ ଆଉ ୯ ଲକ୍ଷ ଆବାସ ଘର

ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

Narendra Modi - Adhir Ranjan Choudhry
ମୋଦିଙ୍କୁ ସମାଲୋଚନ କରୁ କରୁ ସୀମା ଟପିଗଲେ କଂଗ୍ରେସ ସାଂସଦ, କହିଲେ...

ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।

Dhitang Dhitang In Sydney
ମୋଦିଙ୍କୁ ଭବ୍ୟ ସ୍ୱାଗତ, ଓଡ଼ିଆ ଗୀତ ଧିତାଙ୍ଗ ଧିତାଙ୍ଗରେ କମ୍ପିଲା ସିଡ୍‌ନୀ...

କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।

Susanta Singh
ମୁଁ ମନ୍ତ୍ରୀ ରେସ୍‌ରେ ନଥିଲି: ସୁଶାନ୍ତ ସିଂ

ମନ୍ତ୍ରୀ ପଦ ନମିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସମର୍ଥକଙ୍କ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ ବିଜେଡି ପ୍ରୟାସ ଚଳାଇଛି ।

Susanta Singh
ଅସନ୍ତୁଷ୍ଟ ସୁଶାନ୍ତଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମାନଭଞ୍ଜନ ପାଇଁ ଶଙ୍ଖ ଭବନରେ ଆଲୋଚନା ଚାଲିଥିବା ସୂଚନା ମିଳିଛି

Odisha Politics, BJD
ନିର୍ବାଚନକୁ ବର୍ଷେରୁ କମ୍ ସମୟ, ହେଲେ ବିଜେଡିକୁ ଘାରିଛି ସଂଗଠନ ଚିନ୍ତା

ତିନି ନୂଆ ମନ୍ତ୍ରୀଙ୍କ ପାଇଁ ବିଭାଗୀୟ କାମ ଚାଲେଞ୍ଜ ଯେତିକି, ସଂଗଠନ ଦାୟିତ୍ୱ ବି ସେତିକି। ନୂଆ ମନ୍ତ୍ରୀ, ନୂଆ ଦାୟିତ୍ୱ ଆଉ ନୂଆ ଚାଲେଞ୍ଜ।

Odisha Politics, Ministry Reshuffle
ନୂଆ ମନ୍ତ୍ରୀ-ନୂଆ ଦାୟିତ୍ୱ-ନୂଆ ଚ୍ୟାଲେଞ୍ଜ ! କେମିତି କରିବେ ବାଲାନ୍ସ ?

ନୂଆ ମନ୍ତ୍ରୀଙ୍କୁ ବିଭାଗୀୟ କାମ ସହ ସଂଗଠନ ଦାୟିତ୍ୱ ଚ୍ୟାଲେଞ୍ଜ ।

Odisha Politics, Balangir Politics
​​​​​​​ବଲାଙ୍ଗୀର ପଲିଟିକ୍ସରେ ବଦଳିବ କି ରାଜାଘର ଚେହେରା ? ସାନ ଭାଇର ସ୍ଥାନ ନେବେ କି ମଝିଆ ଭାଇ ?

ପତ୍ନୀ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ ବଢ଼ିଲା ଚର୍ଚ୍ଚା । ବିଜେଡି ନେତା ଅର୍କେଶଙ୍କ ଜାଗାରେ ଗଡ ଜଗିଛନ୍ତି ଭାଇ ମନ୍ମଥ ।

Odisha Politics
ପୁଣି ଚର୍ଚ୍ଚା ! ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ?

ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନୀ ନେଇ ପ୍ରସ୍ତୁତ ଥିବା କହିଛନ୍ତି।

Rahul Gandhi
Viral Video; ଟ୍ରକ୍‌ରେ ରାହୁଲ ଗଲେ ଚଣ୍ଡିଗଡ଼, ବୁଝିଲେ ଡ୍ରାଇଭରଙ୍କ ସମସ୍ୟା

ଟ୍ରକ୍‌ ଡ୍ରାଇଭରମାନଙ୍କ ସମସ୍ୟା ବୁଝିବାକୁ ରାହୁଲ ଟ୍ରକ୍‌ରେ ଯାତ୍ରା କରିଥିବା ଉଲ୍ଲେଖ କରାଯାଇଛି । ଦେଶରେ ୯୦ ଲକ୍ଷ ଟ୍ରକ୍‌ ଡ୍ରାଇଭର ଅଛନ୍ତି ।

Nitish Kumar meets Mallikarjun Kharge, Rahul Gandhi
୨୪ ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ! ଦିଲ୍ଲୀରେ ରାହୁଲ ଓ ଖଡଗେଙ୍କ ସହ ନୀତିଶଙ୍କ ଆଲୋଚନା

ଦିନେ ଦୁଇ ଭିତରେ ଦିନ ମେଳିକୁ ନେଇ ହୋଇପାରେ ବଡ଼ ଘୋଷଣା, ମେଣ୍ଟ ସମ୍ପର୍କରେ କଂଗ୍ରେସ ବଡ଼ ଘୋଷଣା କରିବା ନେଇ ସୂଚନା

Odisha Politics, Naveen Patnaik, Ministry Reshuffle
ମନ୍ତ୍ରିମଣ୍ଡଳରେ ଗଞ୍ଜାମ-ମୟୂରଭଞ୍ଜ-ସୁନ୍ଦରଗଡ଼କୁ ଫୋକସ୍ ! ପଦ୍ମକୁ ଚେକ୍ ଦେବାକୁ ପ୍ଲାନ୍

ଆଦିବାସୀ ଭୋଟ୍ ନେବାକୁ ବି ଷ୍ଟ୍ରାଟେଜି ରହିଥିବା ଚର୍ଚ୍ଚା । ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କଲେ ବିରୋଧୀ । ଏଭଳି ମନ୍ତ୍ରିମଣ୍ଡଳ ପୁନର୍ଗଠନ କୌଣସି ପ୍ରଭାବ ପଡ଼ିବନି କହିଲେ ବିରୋଧୀ ।