Advertisment

ଦିଲ୍ଲୀରୁ ପଲ୍ଲୀ ସବୁଠି ‘ହର୍ ଘର୍ ତ୍ରିରଙ୍ଗା’, ନେତା-ଜନତା-ଅଭିନେତା ସମସ୍ତେ ସାମିଲ

ତ୍ରିରଙ୍ଗା ଧରି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ।

author-image
Satyendu Shekher Mishra
undefined

Har Ghar Triranga

ଏ ମୁଣ୍ଡରୁ ସେ ମୁଣ୍ଡ । ଯେପର୍ଯ୍ୟନ୍ତ ଆପଣଙ୍କ ଆଖି ପାଇବ, ସେଯାଏଁ ଲମ୍ବିଛି ସ୍ୱାଧିନତା ଓ ରାଷ୍ଟ୍ରୀୟ ଏକତାର ଉତ୍ସାହର ପ୍ରତୀକ ତ୍ରିରଙ୍ଗା। ଭାରତ ମାତା କି ଜୟ ନାରା ସହ ପ୍ରତ୍ୟେକଙ୍କ ମୁହଁରେ ଫୁଟିଉଠୁଛି ଦେଶାତ୍ମ ଭାବଧାରା। ଆମେ କହୁଛୁ ରାଜଧାନୀ ଭୁବନେଶ୍ୱରର କଥା । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ଦୀର୍ଘ ୧ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ଶୋଭାଯାତ୍ରା କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଉଦଘାଟନ ପରେ ଲିଙ୍ଗରାଜ ମନ୍ଦିରଠାରୁ ମାଷ୍ଟରକ୍ୟାଣ୍ଟିନ ଯାଏଁ ବିଶାଳ ଶୋଭଯାତ୍ରା କରାଯାଇଥିଲା। ଯେଉଁଥିରେ ସାମିଲ ହୋଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ଓ ଜିଲ୍ଲାର ସମସ୍ତ ନେତୃବୃନ୍ଦ ପ୍ରମୁଖ। ଏପରିକି ସାଧାରଣ ଜନତା ବି ସାମିଲ ହୋଇଥିଲେ ତ୍ରିରଙ୍ଗା ଶୋଭାଯାତ୍ରାରେ ।

Advertisment

ଦେହରେ ସେନା ପୋଷାକ । ମୁହଁରେ ଭାରତ ମାତାର ଜୟ ଜୟ କାର । ହାତରେ ସ୍ୱାଧିନ ଭାରତର ଗର୍ବ ଆଉ ଗୌରବର ପ୍ରତୀକ ତ୍ରିରଙ୍ଗା ଧରି ଅଦଭୂତ ଉତ୍ସାହ ଆଉ ଉଦ୍ଦୀପନାର ସହ ଆଗେଇ ଚାଲୁଛନ୍ତି । ଆମେ କହୁଛୁ ଷ୍ଟିଲସିଟି ରାଉରକେଲାର ୧୯ ବାଟାଲିୟନ CRPF ଯବାନ । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କ୍ରମେ ସହରରେ ବାଇକ୍ ରାଲି କରିଥିଲେ ଯବାନ । ସାମିଲ ହୋଇଥିଲେ ନେତା ଏବଂ ସାଧାରଣ ଜନତା। ସ୍ୱାଧିନତା ଦିବସର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ହର ଘର ତ୍ରିରଙ୍ଗା ଅଭିଯାନର ଏଭଳି ଦୃଶ୍ୟ, ଗୋଟିଏ ଯୋଡ଼ିଏ ନୁହଁ ।

ଉପାନ୍ତରୁ ଉପକୂଳ, ପୂର୍ବରୁ ପଶ୍ଚିମ। ସବୁଠି କରାଯାଇଛି ରଙ୍ଗୀନ କାର୍ଯ୍ୟକ୍ରମ। ବିଜେପି ସମେତ ବିଭିନ୍ନ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। କେବଳ ଏତିକି ନୁହଁ, କିଏ ଜାତୀୟ ପତାକା ଆଗରେ ସେଲଫି ନେଇ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଡିପିକୁ ବଦଳାଇଛନ୍ତି ତ ଆଉ କିଏ ତ୍ରିରଙ୍ଗାର ଡିପି ରଖିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ରଙ୍ଗୀନ ହୋଇଯାଇଛି ଦିଲ୍ଲୀଠୁ ପଲ୍ଲୀ। ନିଜ ବାସଭବନରେ ତ୍ରିରଙ୍ଗା ଉଡାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତ୍ରିରଙ୍ଗା ସହ ସେଲଫି ନେଇ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଛନ୍ତି। ତାସହ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

ସେପଟେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅନୁଷ୍ଠିତ ଭାରତୀୟ ଫିଲ୍ମ ଫେଷ୍ଟିଭାଲ୍ ଅବସରରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଅଭିନେତ୍ରୀ ସବାନା ଆଜମୀ। ଆଉ ଜାମ୍ମୁ କାଶ୍ମୀର ଡୋଡାର ଗଣପତ୍ ବ୍ରିଜରେ ହର ଘର ତ୍ରିରଙ୍ଗା ଅଭିଯାନ କ୍ରମେ ତ୍ରିରଙ୍ଗା ସହ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି।

Har Ghar Triranga
Advertisment
Advertisment