Advertisment

ବାଲିଆପାଳ ବିଜେଡିରେ ଗୋଷ୍ଠୀ କନ୍ଦଳ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ପିଟାପିଟି

ବାଲିଆପାଳ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟଙ୍କ ସ୍ୱାମୀ ମୁହାଁମୁହିଁ

author-image
Prangyan Parimita
2 BJD factions start fighting with each other at BDO office

2 BJD factions start fighting with each other at BDO office

ବାଲେଶ୍ୱର ବାଲିଆପାଳ ବିଜେଡିରେ ଗୋଷ୍ଠୀ କନ୍ଦଳ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ପିଟାପିଟି ଅଭିଯୋଗ । ବାଲିଆପାଳ ବିଡିଓଙ୍କ କାର୍ଯ୍ୟାଳୟରେ ଗତକାଲି ବାଲିଆପାଳ ପଞ୍ଚାୟତର ସରପଞ୍ଚ ବନଲତା ଦାସଙ୍କ ସ୍ୱାମୀ ହେମନ୍ତ ଦାସ ଏବଂ ସମିତି ସଭ୍ୟ ଝୁନାରାଣୀ ପାତ୍ରଙ୍କ ସ୍ୱାମୀ ରତିକାନ୍ତ ପାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Advertisment

ବାଲିଆପାଳ ପଞ୍ଚାୟତ ସମିତିରେ କିଛି କାର୍ଯ୍ୟକୁ ନେଇ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ଏହାର ସମାଧାନ ପାଇଁ ବିଡିଓ ଉଭୟଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ହେମନ୍ତ ଦାସ ସମିତି ସଭ୍ୟଙ୍କ ସ୍ୱାମୀ ରତିକାନ୍ତଙ୍କୁ ଚେୟାରରେ ଆକ୍ରମଣ କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ହସପିଟାଲରେ ଭର୍ତ୍ତି କରିଥିଲେ।

ଅନ୍ୟପକ୍ଷରେ ହେମନ୍ତ ଦାସ ମଧ୍ୟ ଗୁରୁତର ହୋଇ ବାଲେଶ୍ୱର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ପକ୍ଷରୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment
BJD
Advertisment
Advertisment