Advertisment

ମେଣ୍ଟ ଚର୍ଚ୍ଚାରେ ପାଣି ଢାଳିଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର

ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି।

author-image
Chandan Shishu
Politics

Politics

ବିଜେପି-ବିଜେଡି ମଧୁର ସଂପର୍କ ବଢୁଥିବାବେଳେ ବୁଝାମଣା ନେଇ ଚାଲିଥିବା ଚର୍ଚ୍ଚାରେ ଲାଗିଲା କି ବ୍ରେକ୍। କାରଣ ଶଙ୍ଖ-ପଦ୍ମ ବୁଝାମଣା ଚର୍ଚ୍ଚାରେ ପାଣି ଢାଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ। ୨୪ ନିର୍ବାଚନରେ ବିଜେପି ରାଜ୍ୟରେ ଏକାକି ସରକାର ଗଢ଼ିବ, କୌଣସି ମେଣ୍ଟ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି କେନ୍ଦ୍ରମନ୍ତ୍ରୀଙ୍କ କଥାରେ ମୋହର ମାରିଛନ୍ତି। ସେପଟେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ଓ ମେଣ୍ଟ ହେବା ନେଇ ବିଜେଡିରେ ଲାଗି ରହିଛି ସସପେନ୍ସ।

Advertisment

ମେଣ୍ଟ, ବୁଝାମଣା ନା ଫ୍ରେଣ୍ଡଲି ମ୍ୟାଚ୍ ? ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି। ସବୁଠି ଦୁଇ ଦଳର ବୁଝାମଣା ନେଇ ଜୋରଦାର ଚର୍ଚ୍ଚା। ହେଲେ ଏ ଚର୍ଚ୍ଚାରେ ଆଜି ମୋଡ଼ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ। ସଫାସଫା କହିଛନ୍ତି ଓଡ଼ିଶାରେ କୌଣସି ମେଣ୍ଟ ହେବନି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଏକାକି ଲଢ଼ି ସରକାର ଗଢ଼ିବ।

ଭୁପେନ୍ଦରଙ୍କ ମତରେ ମୋହର ମାରି ରାଜ୍ୟ ମୁଖିଆ ମନମୋହନ ବି କହିଛନ୍ତି ବିଜେପିର ସର୍ଭେ କହୁଛି ଦଳ ବହୁ ଆଗରେ, ମେଣ୍ଟର ପ୍ରଶ୍ନ ଉଠୁନି। ଜବାବରେ ବିଜେଡି କହିଛି ଇଏ ବିଜେପିର ଦିବାସ୍ୱପ୍ନ। ନବୀନ ରାଜ୍ୟରେ ଷଷ୍ଠଥର ପାଇଁ ସରକାର ଗଢ଼ିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେପଟେ ବୁଝାମଣା ହେବ ନାହିଁ ବୋଲି ଉଭୟ ବିଜେପି-ବିଜେଡି ନେତାଙ୍କ ସ୍ପଷ୍ଟୋକ୍ତି ପରେ ବି ହଟୁନି ଦ୍ୱନ୍ଦ୍ୱ।

Advertisment

ଗ୍ରାଉଣ୍ଡ ୱାର୍କରଠୁ ନେଇ ରାଜ୍ୟ ନେତୃତ୍ୱ-ସମସ୍ତେ ଦ୍ୱନ୍ଦ୍ୱରେ, ଅନିଶ୍ଚିତତାରେ। ଆଗକୁ କେମିତି ହେବ ଲଢ଼େଇ ? ବନ୍ଧୁତ୍ବପୂର୍ଣ୍ଣ ନା ଘମାଘୋଟ ଫାଇଟ୍ ? ଏପରି ସ୍ଥିତିରେ ବିଜେପି ବିଧାୟକ ପ୍ରକାଶ ସୋରେନ୍ ବି ମାନିଛନ୍ତି ଶାହା-ନବୀନ ଭେଟଘାଟ ପରେ କାର୍ଯ୍ୟକର୍ତ୍ତା ଦ୍ବନ୍ଦରେ ଅଛନ୍ତି। ତାକୁ ଦୂର କରିବା ଦାୟିତ୍ବ ଆମର। ସେହିପରି ବିଜେଡି କର୍ମୀ ଓ ନେତା ବି ଆଗୁଆ ନିର୍ବାଚନ ଓ ମେଣ୍ଟ ହେବା ନେଇ ଦ୍ବନ୍ଦରେ ଥିବା ଚର୍ଚ୍ଚା ହେଉଛି। କିନ୍ତୁ ଦଳ କହିଛିି ସେମିତି କିଛି ଦ୍ବନ୍ଦ୍ବ ନାହିଁ।

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ତରରେ ଆଲୋଚନା ପରେ ହିଁ ସବୁକିଛି ସ୍ପଷ୍ଟ ହେବ। ତାପୂର୍ବରୁ ଯିଏ ଯାହା କହିଲେ ତାର କିଛି ଅର୍ଥ ନାହିଁ। ଏସବୁ ଚର୍ଚ୍ଚା, ଆକଳନ ଭିତରେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଦିଲ୍ଲୀ ଯିବାର ସମ୍ଭାବନା ରହିଛି। ତେଣୁ ଦିଲ୍ଲୀ ସମୀକରଣ ହିଁ ରାଜ୍ୟ ରାଜନୀତି ପାଇଁ ଅନେକ କିଛି ସଂକେତ ଦେବ ବୋଲି କୁହାଯାଉଛି।

BJD BJP
Advertisment
Advertisment