• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ପରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ଚର୍ଚ୍ଚା । ହେଲେ ସବୁ ପ୍ରକାର ଚର୍ଚ୍ଚାରେ ଫୁଲଷ୍ଟପ ଲଗାଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଓଡ଼ିଶାରେ ବିଜେଡି ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟରେ ଆମର ସ୍ଥିତି ଭଲ ଅଛି । ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ ।

କେନ୍ଦ୍ର ସରକାର ସବୁବେଳେ ଚାହିଁଛନ୍ତି ସବୁ ରାଜ୍ୟ ସହ ମିଶି କାମ କରିବାକୁ ଏବଂ ସବୁ ରାଜ୍ୟର ବିକାଶ ହେଉ । ଏହା ସରକାରଙ୍କର କାମ । ସଙ୍ଗଠନର କାମ ଅଲଗା । ସଙ୍ଗଠନ ନିଜ ଢଙ୍ଗରେ ନିର୍ବାଚନ ଲଢେ ଏବଂ ରଣନୀତି କରେ । ସଙ୍ଗଠନ କେବେ ସରକାର ଜରିଆରେ ରଣନୀତି କରେ ନାହିଁ । ତେଣୁ ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣିସି କଥା ନାହିଁ । ସେପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ଆଜି କୋଣାର୍କ ଓ କଟକର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ...

ସୂଚନାଯୋଗ୍ୟ ଶନିବାର ଦିନ,ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ କହିଥିଲେ ରାଜ୍ୟରେ ବିଜେଡି ସହିତ ମେଣ୍ଟ ହେବ ନାହିଁ ।

ସେପଟେ ମେଣ୍ଟ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସଂଘୀୟ ବ୍ୟବସ୍ଥାରେ ଆମେ କେନ୍ଦ୍ର ସରକାରଙ୍କୁ ଅନେକ ସମୟରେ ସମର୍ଥନ କରିଛୁ ଏବଂ ବିରୋଧ ମଧ୍ୟ କରିଛୁ । ୨୦୦୯ରୁ ଏକୁଟିଆ ଲଢି ଆସୁଛୁ ଏବଂ ୨୪ ନିର୍ବାଚନ ମଧ୍ୟ ଏକୁଟିଆ ଲଢିବୁ ବୋ । ଅନ୍ୟପଟେ ଏ ଯାହା କହିଲେ ବି ସବୁ କିଛି ମିଛ ବୋଲି କହିଛି କଂଗ୍ରେସ।...