Advertisment

ଲାଲକିଲ୍ଲାରୁ ମୋଦିଙ୍କ ଦୃଢ଼ୋକ୍ତି, ୨୦୨୪ରେ ପୁଣି କ୍ଷମତାକୁ ଫେରିବି

୨୦୨୪ରେ ବି ଲାଲକିଲ୍ଲା ପ୍ରାଚୀରରୁ ବଖାଣିବି ଦେଶର ଉପଲବ୍ଧି..

author-image
Prangyan Parimita
ଅଦ୍ୟତନ ହୋଇଛି
PM Modi

PM Modi

୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦେଶବାସୀଙ୍କୁ ନିଜ ପରିବାର ବୋଲି ଅଭିହିତ କରିବା ସହ ବରାମ୍ବାର ଅଭିଭାଷଣରେ ମେରେପ୍ୟାରେ ପରିବାର ଜନୋ କହୁଥିବା ଦେଖିବାକୁ ମିଳିଛି । ସେହିପରି ଆଜିର ଅଭିଭାଷଣରେ ୨୦୨୪ ପୁଣି ମୋଦି କ୍ଷମତାରେ ଆସିବେ ବୋଲି ଦୃଢ଼ୋକ୍ତି କରିଛନ୍ତି । ୨୦୨୪ ପୁଣି ଲାଲ୍‌କିଲ୍ଲା ଆସିବି କହିବା ସହ ଦେଶର ବିକାଶ ନେଇ ଏହି ଲାଲ୍‌କିଲ୍ଲାରୁ ହିସାବ ଦେବାକୁ କହିଛନ୍ତି ।

Advertisment

ଅନ୍ୟପଟେ ମଣିପୁର ପ୍ରସଙ୍ଗ ଉଠାଇ କହିଛନ୍ତି, ମଣିପୁର ହିଂସା ବ୍ୟଥିତ କରିଛି । ତେବେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ ଆଣିଛି । ଉତ୍ତର ଭାରତରେ ପ୍ରକୃତିର କୋପର ଶିକାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ବିଶ୍ୱକୁ ମାନବିକତା ଶିଖାଇଛି । ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଛି । କରୋନା ପରେ ବିଶ୍ୱର ଗତିପଥ ବଦଳିଛି, ନୂଆ ଶକ୍ତିର ଆବିର୍ଭାବ ହୋଇଛି । ୨୦୧୪ରେ ସରକାର ଗଠନ କରିବା ପରେ ସଂସ୍କାର ଆଣିଛି । ସଂସ୍କାର ଆଣିବା ପାଇଁ ହିମତ ମୋ ସରକାରର ରହିଛି ବୋଲି ମୋଦି କହିଛନ୍ତି ।...

ଅନ୍ୟପଟେ ଆଜି ସ୍ୱାଧୀନତା ଦିବସ ଅବସରରେ ରାଜଘାଟରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସକାଳୁ ପ୍ରଥମେ ରାଜଘାଟରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ ପରେ ଲାଲକିଲ୍ଲା ପହଞ୍ଚିଥିଲେ ମୋଦି । ସେଠାରେ ୩ ସେନା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ପ୍ରଦାନ କରାଯାଇଥିଲା । ପରେ ଲାଲ୍ଲକିଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏ ଅବସରେ ବାୟୁସେନାର ଧ୍ରୁବ ହେଲିକ୍ୟାପଟର ଦ୍ୱାରା ୧୮ଶହ ସମ୍ମାନିତ ଅତିଥି ଓ ଉପସ୍ଥିତ ଜନତାଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା ।.

Advertisment
PM Modi
Advertisment
Advertisment