Advertisment

ବଦଳିଲା ଷ୍ଟ୍ରାଟେଜୀ ! ଆଉ କେନ୍ଦ୍ର ଅବହେଳା ନୁହେଁ, କେବଳ ସ୍କିମ୍ ଆଣିବ ଭୋଟ

ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।

author-image
Satyendu Shekher Mishra
undefined

Naveen Patnaik

ନିଜସ୍ୱ ସ୍କିମ୍ ମାଧ୍ୟମରେ ଭୋଟ୍ ଟାଣିବାକୁ ବିଜେଡିର ଉଦ୍ୟମ ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ଚର୍ଚ୍ଚା।

Advertisment

ଭୋଟ୍ ପୂର୍ବରୁ ଲୋକଙ୍କ ଆଗରେ ନବୀନ ରଖିଛନ୍ତି ବିକାଶର ଚିତ୍ର। ରୂପାନ୍ତର ପଥେ ଓଡ଼ିଶା ଆଗଉଛି ବୋଲି କହି ନିର୍ବାଚନ ଲାଗି ନେରେଟିଭ୍ ସେଟ୍ କରିଛନ୍ତି ନବୀନ। କହିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତଭୂମି କ୍ଷେତ୍ରରେ ରୂପାନ୍ତରଣ ହୋଇଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟ ସରକାର ଘୋଷଣା କରିଥିବା ବିଭିନ୍ନ ସ୍କିମ୍ ସଂପର୍କରେ ଉଲ୍ଲେଖ କରିଛନ୍ତି ମଖ୍ୟମନ୍ତ୍ରୀ। ମଧୁବାବୁ ପେନସନ୍ ଯୋଜନାରେ ୪ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ସାମିଲ୍, BSKY, ନୂଆ ଓଡିଶା, ଆମ ଓଡ଼ିଶା-ନବୀନ ଓଡ଼ିଶା ଆଦି ସ୍କିମ୍ କଥା ଉଲ୍ଲେଖ କରି ସମାଜର ସବୁ ବର୍ଗକୁ ନେଇ ଓଡ଼ିଶା ଆଗକୁ ବଢୁଛି ବୋଲି କହିଛନ୍ତି ନବୀନ।

ଗୋଟିଏ ପଟେ ବିଜେପି-ବିଜେଡି ମଧୁର ସଂପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଉଭୟ ଦଳ ପରସ୍ପରକୁ ପ୍ରଶଂସା କରୁଛନ୍ତି। ପାର୍ଲାମେଣ୍ଟରେ ବିଜେଡି ସାଂସଦ ପିନାକୀ ମିଶ୍ର ମୋଦି ସରକାରଙ୍କୁ ପ୍ରଂଶସା କରିବା ସହ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରୀୟ ଅନୁଦାନକୁ ନେଇ କୃତଜ୍ଞତା ଜଣାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି, ବିଜେଡି ଆଗଭଳି ଆଉ କେନ୍ଦ୍ରୀୟ ଅବେହଳା ସଙ୍ଗ ଉଠାଉ ନାହିଁ। ଆଗକୁ ବି କେନ୍ଦ୍ରୀୟ ଅବହେଳା କଥା ଛାଡ଼ି ରାଜ୍ୟ ସରକାରଙ୍କ ବିକାଶମୂଳକ କାମର ହିସାବ ଦେଇ ଭୋଟ୍ ନେବାକୁ ଯୋଜନା କରିଛି ବିଜେଡି। ନବୀନଙ୍କ ଅଭିଭାଷଣରୁ ସେଭଳି କିଛି ବାର୍ତ୍ତା ମିଳିଛି।

Advertisment

ତେଣେ ଏହାକୁ ନେଇ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀ ଭୋଟ୍‌କୁ ଆଖି ଆଗରେ ରଖି ଭାଷଣ ଦେଇଥିବା କହି କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍। କହିଛନ୍ତି ଯେତେ ସ୍କିମ୍ ଘୋଷଣା କଲେ ବି ତାର ଆଉ ପ୍ରଭାବ ପଡ଼ିବ ନାହିଁ । ନିର୍ବାଚନ ଆସିଲେ ଏମିତି ଅନେକ ସ୍କିମ୍ କଥା ମନେ ପଡେ ତାପରେ ସେସବୁ ସ୍କିମର ମୃତ୍ୟୁ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

ସବୁ ଦଳ ଏବେ ନିର୍ବାଚନ ମୁଡ୍ ରେ। ତେଣୁ ଆଗକୁ ରାଜନୀତି ଆହୁରି ତୀବ୍ର ହେବ। ରାଜ୍ୟ ରାଜନୀତିରେ କିଛି ନୂଆ ସମୀକରଣ ସୃଷ୍ଟି ହେବ କି, ତା ଉପରେ ସମସ୍ତଙ୍କ ନଜର ରହିଛି ।

BJD BJP Congress Odisha Politics
Advertisment
Advertisment