/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692010415.jpg)
Suresh Pujari
ବରଗଡ଼ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ ଅଛନ୍ତି । ଅସ୍ତ୍ରୋପଚାର ଜରିଆରେ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲାଗିଛି । ତେବେ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।
Advertisment
ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ସାଂସଦ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତା’ପରେ ସେ ଦିଲ୍ଲୀ ଏମ୍ସରେ ଆବଶ୍ୟକ ପରୀକ୍ଷା କରାଇଥିଲେ । ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା । ସେଥିପାଇଁ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହିଥିଲେ।
ଆଉ ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଦିନ ପ୍ରାୟ ୧୨ଟା ବେଳେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲଗାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)