• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କୁ ପୁଣି ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ବିଜେପି କର୍ମୀଙ୍କୁ ସମ୍ବୋଧନ ବେଳେ ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମଣିପୁରକୁ ନେଇ ବିରୋଧୀ ରାଜନୀତି କରୁଛି । ମଣିପୁରବାସୀଙ୍କ ଯନ୍ତ୍ରଣା ବୁଝିପାରୁନାହାନ୍ତି ବିରୋଧୀ । ମଣିପୁରବାସୀଙ୍କ ସହ ବିରୋଧୀ ବିଶ୍ୱାସଘାତ କରିଛନ୍ତି । ଅନାସ୍ଥା ପ୍ରସ୍ତାବରେ ଆମେ ବିରୋଧୀଙ୍କୁ ହରାଇଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବରୁ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଗୃହ ମଧ୍ୟ ସରଗରମ ହୋଇଥିଲା । ପରେ ପରେ ବିରୋଧୀ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଲୋଡ଼ିଥିଲା । ବିରୋଧୀଙ୍କୁ ଜବାବ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ଗୃହରେ ସେ କହିଥିଲେ ଯେ, ଖୁବ୍ ଶୀଘ୍ର ମଣିପୁରରେ ବିଶ୍ୱାସ ଓ ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ମଣିପୁରବାସୀଙ୍କୁ କହିବାକୁ ଚାହୁଁଛି, ଦେଶ ଆପଣଙ୍କ ସାଥିରେ ରହିଛି । ପୁଣି ମଣିପୁର ଦ୍ରୁତଗତିରେ ବିକାଶ ମୁହାଁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାହାସହ ମୋଦି ଆହୁରି କହିଥିଲେ, ନର୍ଥଇଷ୍ଟରେ ଲୋକଙ୍କ ବିଶ୍ୱାସକୁ କଂଗ୍ରେସ ହତ୍ୟା କରିଛି ।

୧୯୬୬ରେ ମିଜୋରାମରେ ବାୟୁସେନା ଲଗାଇ ହମଲା କରିଥିଲେ । ବାୟୁସନା ଲଗାଇ ମିଜୋରାମରେ ସାଧାରଣ ଲୋକଙ୍କୁ ମାରିଥିଲେ। ନର୍ଥଇଷ୍ଟ ଆମ ପାଇଁ ଜିଗର କା ଟୁକ୍‌ଡ଼ା ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗୃହରେ କହିଥିଲେ । ନର୍ଥଇଷ୍ଟର ଏ ଅବସ୍ଥା ପାଇଁ କଂଗ୍ରେସ ଦାୟୀ, ତା ରାଜନୀତି ଦାୟୀ । ନର୍ଥଇଷ୍ଟକୁ ଅସୂୟା ଭାବର ଜନନୀ ହେଉଛି କଂଗ୍ରେସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ କହିଥିଲେ ।