ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ । ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ବିବାଦ । ଯୋଜନାରେ ଦୁଇ ହଜାର କୋଟି ଲୁଟର ଷଡ଼ଯନ୍ତ୍ର କହିଲା ବିଜେପି । ଯୋଜନା ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ ।
ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ ।
୫ ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ ପ୍ରାର୍ଥୀ।
ଲକ୍ଷ୍ଣୀ ବସ୍ ଯୋଜନାକୁ ନେଇ ଆରମ୍ଭରୁ କେଁ। ଅକଳରେ ରାଜ୍ୟ ସରକାର। ସିଏମଓ ସହ ଆଲୋଚନା ପରେ ବାହରିଲା ବାଟ। କ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ବସ ଧର୍ମଘଟ।
ଏସିଆନ ଗେମସ ହକିରେ ସୁନା ଜିତିଲା ଭାରତ। ଆଉ ଆଜି ସ୍କୁଲରେ ଭାରତୀୟ ଟିମର ସଫଳତାର କାହାଣୀ ଶୁଣିଛନ୍ତି ପିଲା। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବାର୍ତ୍ତାକୁ ପ୍ରାର୍ଥନା ସଭାରେ ପଢାଯାଇଥିଲା।
ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ ।
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ସମେତ ୫ ରାଜ୍ୟରେ ଭୋଟ୍ ବିଗୁଲ୍ । ନଭେମ୍ବର ୭ରୁ ୩୦ ଭିତରେ ହେବ ବିଧାନସଭା ମତଦାନ ।
୧୨ରେ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କରିବେ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ । ବିରୋଧୀ କହିଲେ ଗାଁ ଲୋକଙ୍କୁ ଭୋଟ୍ ଥୋପ ।
ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା ।
୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ।
ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?
ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।
ବିଚ୍ ରାସ୍ତାରେ, ସମସ୍ତଙ୍କ ସାମ୍ନାରେ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିଲେ ଦୁଇ ମହିଳା । ଏ ଅମାନବୀୟ ଦୃଶ୍ୟକୁ ଦେଖୁଥିଲେ ବି ସେମାନଙ୍କ ଲଜ୍ଜା ଢାଙ୍କିବାକୁ କେହି ନଥିଲେ ବରଂ ମୋବାଇଲରେ ଫଟୋ ଉଠାଇବାର ଅବସର ଛାଡୁନଥିଲେ । ହେଲେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଦୃଷ୍ଟିଭଙ୍ଗୀ ଥିଲା କିଛି ଭିନ୍ନ । ଏ ଘଟଣାକୁ ନେଇ ମାନବିକତା ଓ ମଣିଷ ପଣିଆକୁ ନେଇ ଉଠିଛି ପ୍ରଶ୍ନ ।
ବଢି ବଢି ଚାଲିଛି ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ଆଉ ପ୍ରତାରଣା ବିବାଦ । ଆଜି କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚି ଅନ୍ୟ ଜଣେ ଯୁବତୀଙ୍କୁ ବିଜୟଙ୍କ ବିବାହ ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ପୂର୍ବତନ ପ୍ରେମିକା ସୋମାଲିକା ଦାସ । ପୂର୍ବରୁ ତାଙ୍କ ସହ ବିବାହ ପାଇଁ ଆବେଦନ କରିଥିବା ବିଧାୟକ ଆଉ କେତେ ଥର, କାହା ସହ ବିବାହ ପାଇଁ ଆବେଦନ କରିବେ ବୋଲି କହି ଏହାକୁ ବାତିଲ ପାଇଁ ଆବେଦନ କରିଛନ୍ତି ।
ବିବାଦରୁ ମୁକୁଳି ପାରୁ ନାହାନ୍ତି ବିଜେଡି ବିଧାୟକ ବିଜୟ ଶଙ୍କର । ପ୍ରେମ, ପ୍ରତାରଣା ଆଉ ବିବାହ ବିବାଦରେ ହରଡ଼ ଘଣାରେ ବିଜୟ ।
ମହାନତା ଦେଖାଇଲେ BJP ବିଧାୟିକା କୁସୁମ ଟେଟେ । ବସ୍ତ୍ର ଦେଇ ଉଲଗ୍ନ ଦୁଇ ଅଜଣା ମହିଳାଙ୍କ ବଞ୍ଚାଇଲେ ଇଜ୍ଜତ।
ବିଜୟଙ୍କ ବୟସକୁ ନେଇ ସୋମାଲିକା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ବିଜୟଶଙ୍କର କ’ଣ ବୟସ ବଢୁନି ? ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା। ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ପୋଲିସ୍ ହାତରେ ଧରାପଡ଼ିଛି। କାହିଁକି ଏମିତି ଫୋନ୍ କରିଥିଲା ଜେରା ବେଳେ ଅଭିଯୁକ୍ତ ଜଣକ ସ୍ୱୀକାର କରିଛି।
ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?
ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?
ଅକ୍ଟୋବର ୩୧ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାରୁ ଲୋକସଭା ଲଢ଼ିବାକୁ ଧର୍ମେନ୍ଦ୍ର ଇଚ୍ଛା କରିଥିବା ସୂଚନା ରହିଛି ।
ପୂର୍ବତନ ବାନ୍ଧବୀ ସୋମାଲିକା ଏନେଇ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବେ ବୋଲି କହିବା ସହ, ଥାନା ଓ କୋର୍ଟରେ ମାମଲା ସତ୍ତ୍ୱେ ପଦବୀ ଓ ପାୱାର ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ।
ସପ୍ତାହେ ଭିତରେ ଉତ୍ତର ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବିଭିପି ଛାତ୍ର ସଂଗଠନର ଆବେଦନ ଆଧାରରେ କୋର୍ଟ ନୋଟିସ୍ ।
ତେବେ କୋଭିଡ୍ ପରବର୍ତ୍ତି ସ୍ଥିତିରେ ଯେତେବେଳେ ସବୁ କିଛି ସ୍ୱାଭାବିକ ହୋଇଛି, ସେତେବେଳେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେବନି ବୋଲି ଯୁକ୍ତି ବାଢି ABVP ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।