Advertisment

କିଏ ଏହି ଦୁଇ ମହିଳା ? ବସ୍ତ୍ର ଦେଇ ଇଜ୍ଜତ ବଞ୍ଚାଇଲେ ବିଧାୟିକା କୁସୁମ ଟେଟେ

ମହାନତା ଦେଖାଇଲେ BJP ବିଧାୟିକା କୁସୁମ ଟେଟେ । ବସ୍ତ୍ର ଦେଇ ଉଲଗ୍ନ ଦୁଇ ଅଜଣା ମହିଳାଙ୍କ ବଞ୍ଚାଇଲେ ଇଜ୍ଜତ।

author-image
Kausik Mohapatra
ଅଦ୍ୟତନ ହୋଇଛି
undefined

sundargarh news

ବିଚ୍ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଉଲଗ୍ନ ଅବସ୍ଥାରେ ଚାଲିଚାଲି ଯାଉଥିଲେ ଦୁଇ ମହିଳା। ରାସ୍ତାରେ ଯାଉଥିବା ଲୋକେ ଏ ଅମାନବୀୟ ଦୃଶ୍ୟକୁ ଦେଖୁଥିଲେ ବି ସେମାନଙ୍କ ଲଜ୍ଜା ଢାଙ୍କିବାକୁ କେହି ନଥିଲେ ବରଂ ମୋବାଇଲେ ଫଟୋ ଉଠାଇବାର ଅବସର ଛାଡୁନଥିଲେ। ହେଲେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଦୃଷ୍ଟିଭଙ୍ଗୀ ଥିଲା କିଛି ଭିନ୍ନ। ଗତକାଲି ସୁନ୍ଦରଗଡ଼ ସହରରେ ସଭ୍ୟ ସମାଜକୁ ବ୍ୟଥିତ କଲା ଭଳି ଏ ଘଟଣାକୁ ନେଇ ଚର୍ଚ୍ଚା ଯେତିକି, ତାଠୁ ଅଧିକ ଆମ ମାନବିକତା ଓ ମଣିଷ ପଣିଆକୁ ନେଇ ଉଠିଛି ପ୍ରଶ୍ନ।

Advertisment

ସଭ୍ୟ ସମାଜକୁ ନିନ୍ଦିତ କଲାଭଳି ଏ ଘଟଣା ଦେଖିବାକୁ ମିଳିଥିଲା ଗତକାଲି (ଶୁକ୍ରବାର)। ସୁନ୍ଦରଗଡ଼ ସରକାରୀ କଲେଜ୍ ସାମ୍ନା ରାସ୍ତାରେ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିଲେ ଦୁଇ ମହିଳା। ସହରର ଏ ବ୍ୟସ୍ତବହୁଳ ରାସ୍ତାରେ ଅନେକ ଲୋକଙ୍କ ଆଖି ଏମାନଙ୍କ ବିବସ୍ତ୍ର ଚେହେରା ଉପରେ ପଡୁଥିଲା । ହେଲେ ଏମାନଙ୍କ ଲଜ୍ଜା ନିବାରଣ ଲାଗି କାହାରି ସହାୟତାର ହାତ ଆସୁନଥିଲା। କିଛି ଲୋକ ମୋବାଇଲରେ ଫଟୋ ଓ ଭିଡିଓ କରିବାକୁ ଭୁଲୁ ନଥିଲେ। ମହିଳା ଦୁଇଜଣ ବିନା ବସ୍ତ୍ରରେ ପ୍ରାୟ ଗୋଟିଏ କିଲୋମିଟର ଚାଲିବା ଭିତରେ ଏଇ ରାସ୍ତା ଦେଇ ଯାଉଥିବା ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେଙ୍କ ନଜରକୁ ଆସିଥିଲା ଏ ଦୃଶ୍ୟ। ବ୍ୟସ୍ତତା ଭିତରେ ଥାଇ ବି ଦୁଇ ମହିଳାଙ୍କୁ ଏ ଅସ୍ୱାଭାବିକ ଅବସ୍ଥା ଦେଖି ଅଟକି ଯାଇଥଲା ତାଙ୍କ କାର। ପରେ ଗାଡ଼ିରେ ଥିବା କିଛି ଉତ୍ତରୀୟ ଦୁଇ ମହିଳାଙ୍କ ଦେହରେ ଢାଙ୍କି ଦେଇ ସେମାନଙ୍କୁ ପ୍ରକୃତିସ୍ଥ କରିଥିଲେ।

ଏହାରି ଭିତରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଓ ସ୍ଥାନୀୟ ଆସ୍ଥାଗୃହର କର୍ମକର୍ତ୍ତା। କ୍ଲାନ୍ତ, ଶ୍ରାନ୍ତ ଅବସ୍ଥାରେ ମାନସିକ ସ୍ଥିତି ପ୍ରାୟ ଠିକ ନଥିବା ଦୁଇ ମହିଳାଙ୍କୁ ତୁରନ୍ତ ଆସ୍ଥା ଗୃହକୁ ନେଇ ସେମାନଙ୍କ ଚିକିତ୍ସା କରାଯାଇଥିଲା। ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ତେବେ ମହିଳା ଦୁଇଜଣ ଏଯାଏଁ ଠିକରେ କଥା କହିପାରୁନଥିବାରୁ ସେମାନେ କେଉଁଠୁ ଓ କିଭଳି ଆସିଲେ, ସେ ନେଇ କିଛି ଜଣାପଡ଼ିନି। ଅନ୍ୟପଟେ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ତଦନ୍ତ କରୁଛି।

Advertisment

ଅନୁମାନ ମହିଳା ଦୁଇ ଜଣ ସୀମାନ୍ତ ଝାଡଖଣ୍ଡ ଅଞ୍ଚଳର ହୋଇଥାଇ ପାରନ୍ତି। କାହା ଦ୍ୱାରା ଶାରୀରକ ନିର୍ଯ୍ୟାତନାର ଶିକାର ହୋଇ ସୁନ୍ଦରଗଡ଼ ଚାଲି ଆସିଥିବା ଆଶଙ୍କା କରାଯାଉଛି। ତେବେ ସହର ମଝିରେ, ସ୍ପଷ୍ଟ ଦିବାଲୋକରେ ଏବଂ ସମସ୍ତଙ୍କ ସାମ୍ନାରେ ଦୁଇ ନଗ୍ନ ମହିଳା ଚାଲିଚାଲି ଯିବାର ଦୃଶ୍ୟ କେମିତି କାହାକୁ ବିବ୍ରତ କଲାନି ତାକୁ ନେଇ ଉଠିଛି ପ୍ରଶ୍ନ ।

ରିପୋର୍ଟ- ଦେବବ୍ରତ ଜେନା

BJP MLA Humanity Kusum Tete
Advertisment
Advertisment