Advertisment

ବିଚ୍‌ ରାସ୍ତାରେ BJP-BJP ବାଡ଼ିଆବାଡ଼ି

ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା ।

author-image
Satyendu Shekher Mishra
BJP Leader

BJP Leader

ବଲାଙ୍ଗିରରେ ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ଦଳୀୟ ନେତା ପିଟାପିଟି ହୋଇଛନ୍ତି। ଉଭୟ ଗୋଷ୍ଠୀର ସମର୍ଥକ ବି ମୁହାମୁହିଁ ହୋଇଛନ୍ତି। ବିଜାଖମନରୁ ରାଜ୍ୟ ସଭାପତି ମନମୋହନ ସାମଲ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏକ ଶୋଭଯାତ୍ରାରେ ଯାଇଥିଲେ । ଏହି ସମୟରେ ମନମୋହନ ସାମଲଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବାକୁ ଚେଷ୍ଟା କରିଥିଲେ ଅନନ୍ତ ଦାସ ଓ ନିଜକୁ ବିଜେପି ନେତା କହୁଥିବା ବଳରାମ ସିଂହ ଯାଦବ ।

Advertisment

ସେତିକିବେଳେ ଏହାକୁ ବିରୋଧ କରିଥିଲେ ଦଳର ଅନ୍ୟତମ ନେତା ଗୋପାଳଜୀ ପାଣିଗ୍ରାହୀ । ଏହାକୁ ନେଇ ଟଣାଓଟରା ହୋଇଥିଲା । ଗୋପାଳଜୀଙ୍କ ସମର୍ଥକମାନେ ଅନନ୍ତ ଦାସଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ସାର୍ଟକୁ ଚିରି ଦେଇଥିବାର ଅଭିଯୋଗ ହୋଇଛି। ଏପରିକି ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା । 

BJP BJD Odisha Politics Congress
Advertisment
Advertisment