/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696597225.jpg)
Dharmendra Pradhan
୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଲୋକସଭାରୁ ଲଢ଼ିବା ନେଇ ଇଚ୍ଛା କରିଥିବା PTI ପକ୍ଷରୁ ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ ସେ ଓଡ଼ିଶାରୁ ଲୋକସଭା ଲଢ଼ିବାକୁ ଇଚ୍ଛା କରିଥିବା ସୂଚନା ରହିଛି । ଏନେଇ ସୁଯୋଗ ଦେବାକୁ ସେ ଦଳକୁ ଜଣାଇଥିବା ମଧ୍ୟ କୁହାଯାଉଛି ।
ଏଭଳି ସୂଚନା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯଦି ଧର୍ମେନ୍ଦ୍ର ଓଡ଼ିଶାରୁ ଲଢ଼ିବାକୁ ମନସ୍ଥ କରିଛନ୍ତି ତେବେ ସେ ନିଶ୍ଚୟ ଲଢ଼ିବେ । ଏମିତିରେ ବି ଅନେକ ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିଲା । ହେଲେ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ୍ ପଡ଼ିଛି । ଆଉ ନୂଆ ଆଲୋଚନା ଆରମ୍ଭ ହୋଇଛି । ଆଉ ତାହା ହେଲା, କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର ? ସେ ଯଦି ଓଡ଼ିଶାରୁ ଲଢ଼ିବାକୁ ମନସ୍ଥ କରିଛନ୍ତି, ତେବେ କେଉଁ ଆସନରୁ ଲଢ଼ିବେ ତାହା ମଧ୍ୟ ସ୍ଥିର କରିସାରିଥିବେ କୁହାଯାଉଛି।
ଅନ୍ୟପଟେ ଦେଖିବାକୁ ଗଲେ କିଛି ଦିନ ପୂର୍ବରୁ ସେ ଢ଼େଙ୍କାନାଳ ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପରେ ଏହା ଥମି ଯାଇଥିଲା । ଆଉ ଢ଼େଙ୍କାନାଳ ନୁହେଁ, ବରଂ ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)