/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696694989.jpg)
Tirtol MLA Bijaya Shankar Das
ବିବାଦରୁ ମୁକୁଳି ପାରୁ ନାହାନ୍ତି ବିଜେଡି ବିଧାୟକ ବିଜୟ ଶଙ୍କର । ପ୍ରେମ, ପ୍ରତାରଣା ଆଉ ବିବାହ ବିବାଦରେ ହରଡ଼ ଘଣାରେ ବିଜୟ । କାରଣ କଟକର ଯେଉଁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ବିଜୟ ଆବେଦନ କରିଛନ୍ତି, ସେଇ ଅଫିସକୁ ଓକିଲ ସହ ପହଞ୍ଚି ବିବାହ ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ବିଜୟଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ ।
ସୋମାଲିକା ଅଭିଯୋଗ କରିଛନ୍ତି ଯେ ମେ ୧୭ରେ ଜଗତସିଂହପୁର ସବ୍ ରେଜିଷ୍ଟର ଅଫିସରେ ବିଜୟ ସୋମାଲିକାଙ୍କୁ ବିବାହ କରିବାକୁ ଆବେଦନ କରିଥିଲେ । ଆଉ ୮ ମାସ ପରେ ପୁଣି ଥରେ ଅନ୍ୟ ଜଣଙ୍କୁ ବିବାହ ପାଇଁ କେମିତି ଆବେଦନ କରିଛନ୍ତି ପ୍ରଶ୍ନ କରି ତାକୁ ତାକୁ ଖାରଜ କରିବାକୁ ଦାବି କରିଛନ୍ତି ସୋମାଲିକା । ଖାଲି ରେଜିଷ୍ଟ୍ରି ଅଫିସ ନୁହେଁ, ଜଗତସିଂହପୁର ଥାନାକୁ ଯାଇ ବିବାହ ଆବେଦନକୁ ନେଇ ସୋମାଲିକା ଆଉ ଏକ ଏତଲା ଦାୟର କରିଛନ୍ତି ।
ଏଥିସହ ପୂରା ମାମଲାର ଲଢେଇରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଉ ପୋଲିସ ଦ୍ୱାରା ନିର୍ଯତନାକୁ ବଖାଣିଛନ୍ତି ସୋମାଲିକା । କାହିଁକି ଏ ଯାଏଁ ବିଧାୟକଙ୍କୁ ପୋଲିସ ଗିରଫ କରିନି ବୋଲି ପ୍ରଶ୍ନ କରି ପାର୍ଟି ପାୱାର ପାଇଁ ପୋଲିସ୍ ଚୁପ୍ ବସିଛି ବୋଲି ଅଭିଯୋଗ କରିଛନ୍ତି । ଏଥିସହ ନାରୀକୁ ସମ୍ମାନର ନାରା ଦେଉଥିବା ସରକାର ପ୍ରଥମେ ତାଙ୍କୁ ସମ୍ମାନ ଆଉ ନ୍ୟାୟ ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି ସୋମାଲିକା ।
ଗତ ୨୧ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଆବେଦନ କରିଥିଲେ ବିଧାୟକ ବିଜୟ ଶଙ୍କର । ବଡ଼ କଥା ହେଲା ଗତବର୍ଷ ମେ ମାସରେ ବିଧାୟକଙ୍କ ବିରୋଧରେ ସୋମାଲିକା ପ୍ରତାରଣାର ଅଭିଯୋଗ ଆଣିଥିଲେ । ହେଲେ ପୋଲିସ ମାମଲା ରୁଜୁ ନକରିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୋମାଲିକା ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ଫେବୃଆରୀ ମାସରେ ମାମଲା ରୁଜୁ କରିଥିଲା ଜଗତସିଂହପୁର ଥାନା ପୋଲିସ । ହେଲେ ଆଜି ଯାଏଁ ଥରେ ବି ମାମଲା ନେଇ ବିଧାୟକଙ୍କୁ ପଚରାଉଚରା କରିନି ପୋଲିସ । ତେଣୁ କାହା ଚାପରେ ପୋଲିସର ଏମିତି ନିଷ୍କ୍ରିୟତା ତାକୁ ନେଇ ପ୍ରଶ୍ନ ଉଠୁଛି । ବିଧାୟକ ବୋଲି କଣ ସବୁ ମାଫ୍ କି ? ଏମିତି କି ମହିଳା ବିରୋଧୀ ଅପରାଧରେ ବି ଦଳ ତରଫରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)