• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ତାରିଖ ଘୋଷଣା ପରେ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା କରାଯାଇଛି । ମଧ୍ୟପ୍ରଦେଶ ପାଇଁ ୫୭ ଜଣିଆ ପ୍ରାର୍ଥୀ ଘୋଷଣା କଲା ବିଜେପି । ରାଜସ୍ଥାନ ପାଇଁ ୪୧ ଓ ଛତିଶଗଡ଼ ପାଇଁ ୬୪ ଜଣ ପ୍ରାର୍ଥୀ ଘୋଷଣା ହୋଇଛି ।

 

୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ମିଜୋରାମରେ  ୭ ନଭେମ୍ବର ଓ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ରେ ପଡ଼ିବ ଭୋଟ । ସେହିପରି ମଧ୍ୟପ୍ରଦେଶରେ ୧୭ ନଭେମ୍ବର, ରାଜସ୍ଥାନରେ ୨୩ ନଭେମ୍ବର ଓ ତେଲେଙ୍ଗାନାରେ ୩୦ ନଭେମ୍ବରରେ ଭୋଟଗ୍ରହଣ ହେବ । ୩ ଡିସେମ୍ବରରେ ସମସ୍ତ ୫ ରାଜ୍ୟରେ ଭୋଟ ଗଣତି ହେବ ବୋଲି ପ୍ରେସମିଟରେ କହିଛନ୍ତି ECI ରାଜୀବ କୁମାର ।

 

ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ୧୭ ତାରିଖରେ ସରୁଥିବା ବେଳେ ଛତିଶଗଡର ଆସନ୍ତା ବର୍ଷ ଜାନୁୟାରୀ ୩, ରାଜସ୍ଥାନର ଜାନୁୟାରୀ ୧୪ ଓ ତେଲେଙ୍ଗାନାର ଜାନୁୟାରୀ ୧୬ ତାରିଖରେ ସରୁଛି । ସେହିପରି ମଧ୍ୟପ୍ରଦେଶ ବିଧାନସଭାର କାର୍ଯ୍ୟକାଳ  ଆସନ୍ତା ଜାନୁୟାରୀ ୬ ତାରିଖରେ ଶେଷ ହେଉଛି । ଛତିଶଗଡ଼, ରାଜସ୍ଥାନରେ କଂଗ୍ରେସ ସରକାର ଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି ଶାସନ କରୁଛି । ସେହିପରି ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି-ବିଆରଏସ୍ ଏବଂ ମିଜୋରାମରେ ବିଜେପିର ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ରହିଛି ।