• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆନ ଗେମ୍ସରେ ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ବିଜୟ । କେମିତି ଖେଳିଲେ ଦଳୀୟ ଖେଳାଳି ? କଣ ଥିଲା ସେମାନଙ୍କ ଆଗରେ ଚ୍ୟାଲେଞ୍ଜ ? ଆଜି ସ୍କୁଲ ଛାତ୍ରଛାତ୍ରୀ ଶୁଣିଛନ୍ତି ଜାତୀୟ ହକି ଟିମର ସଫଳତା କାହାଣୀ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ବାର୍ତ୍ତାକୁ ପ୍ରାର୍ଥନା ସଭାରେ ପଢାଯାଇଥିଲା । ତା’ସହିତ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଛାତ୍ରଛାତ୍ରୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟ ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜ୍ୟ ତଥା ଦେଶରେ ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ବି ପିଲାଙ୍କୁ କୁହାଯାଇଥିଲା । ଭାରତୀୟ ହକି ଦଳର ଦୁର୍ଦ୍ଦିନରେ ଓଡିଶା କିଭଳି ସହାୟତାର ହାତ ବଢାଇଥିଲା ଓ ମୁଖ୍ୟ ପ୍ରାୟୋଜକ ସାଜି ଜାତୀୟ ଦଳର ଦାୟିତ୍ୱ ନେଇଥିଲା ସେ ବିଷୟରେ ପିଲାଙ୍କୁ ଅବଗତ କରାଯାଇଥିଲା । ଅନ୍ୟପକ୍ଷରେ ସ୍ୱର୍ଣ୍ଣ ବିଜୟ ଟିମରେ ଏକମାତ୍ର ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ । ଭୋଟ୍ ପାଖେଇ ଆସୁଥିବାରୁ ଆତ୍ମପ୍ରଚାର ଲାଗି ସରକାରଙ୍କର ଏହା ଆଉ ଏକ ଭେଳିକି ବୋଲି କହିଛି କଂଗ୍ରେସ । ଜବାବରେ କ୍ରୀଡା ମନ୍ତ୍ରୀ କହିଛନ୍ତି, କେବଳ ହକିର ପ୍ରଚାରପ୍ରସାର ହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

୨୦୧୮ ଓ ୨୦୨୩ । ରାଜ୍ୟ ସରକାର ଦୁଇ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନିଜେ ସବୁ ଶ୍ରେୟ ନେବାକୁ ଉଦ୍ୟମ କରିଥିବା ବେଳେ କେନ୍ଦ୍ରର ଅବଦାନକୁ ସଂପୂର୍ଣ୍ଣ ଭୁଲି ଯାଇଥିଲେ । ଯାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ । ଏବେ ହକିକୁ ନେଇ ପୁଣି ତୁତୁ-ମେଁମେଁ ଆରମ୍ଭ ହୋଇଛି । 

ଏସିଆଡ୍ ଗେମ୍ସ ହକିରେ ସୁନା ଜିତିଛି ଭାରତ
ପ୍ରାର୍ଥନା ସଭାରେ ଭାରତୀୟ ଟିମ୍ ର ସଫଳତା ଗାଥା ଶୁଣିଲେ ସ୍କୁଲ ପିଲା
ରାଜ୍ୟ ସରକାରଙ୍କ ଆତ୍ମପ୍ରଚାର କହି ଘେରିଲେ ବିଜେପି-କଂଗ୍ରେସ
ବିଜେଡି କହିଲା ଜମାରୁ କରାଯାଉ ନାହିଁ ରାଜନୀତି

  • Reported by:
  • T GOURISHANKAR , JAGDISH DAS , SOUMYA RANJAN SAHOO , MANIK Lal PANI