/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696778038.jpg)
Mamita Meher
ଜଣେ ଅଭିଯୁକ୍ତ ତଡ଼ପି ତଡ଼ପି ମରିଛି। ଆଉ ଜଣେ ଅଭିଯୁକ୍ତ ଅଛି। ତାକୁ ଫାଶି ହେବା ଦରକାର। ଆଜି ଏଭଳି ଢଙ୍ଗରେ କହିବା ସହ ଝିଅକୁ ନ୍ୟାୟ ପାଇଁ ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି କହିଛନ୍ତି ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମା’। ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।
#ମମିତା_ମୃତ୍ୟୁ_CBI_ତଦନ୍ତ_ଦାବି_କଲେ_ମା’
-ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା; CBI ତଦନ୍ତ ଦାବି
-ସତ ପଦାକୁ ଆସିବା ପାଇଁ CBI ତଦନ୍ତ ହେଉ କହିଲେ ମମିତାଙ୍କ ମା ତୁଳସୀ’
-‘ଝିଅ ଘରୁ ଅକ୍ଟୋବର ୮ରେ ବାହାରିଥିଲା, ଆଜିକୁ ୨ ବର୍ଷ ପୂରିଲା’#MamitaMeher#CBIpic.twitter.com/NiP0eZTmkc— ଓଟିଭି (@otvkhabar) October 8, 2023
ଆଜିକୁ ଠିକ୍ ୨ ବର୍ଷ ପୁରିଛି ମମିତା ମାମଲାକୁ। କାରଣ ଆଜିର ଦିନରେ ମମିତା ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ଆଜି ବଲାଙ୍ଗିର ଗସ୍ତରେ ଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସିଧାସଳଖ ମୃତ ମମିତା ମେହେରଙ୍କ ପରିବାରକୁ ଭେଟିଛନ୍ତି। ତୁରେକେଲା ବ୍ଲକ ଝରଣୀ ଗାଁରେ ରାଜ୍ୟ ସଭାପତିଙ୍କ ସହିତ ପୁରା ବିଜେପି ଟିମ୍ ମମିତାଙ୍କ ବାପା ମାଙ୍କ ସହ ଆଲୋଚନା କରିଛନ୍ତି।
ଏହି ସମୟରେ ଝିଅକୁ ମନେ ପକାଇ ବାହୁନି ବାହୁନି କାନ୍ଦିଥିଲେ ମା ତୁଳସୀ। ପରିବାରକୁ ଭେଟିବା ପରେ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଗଲେ ଆହୁରି ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି। ସେହିପରି ସିବିଆଇ ତଦନ୍ତ ହେଲେ ଝିଅ ନ୍ୟାୟ ପାଇବ ବୋଲି କହିଛନ୍ତି ମମିତାଙ୍କ ମା’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)