Advertisment

ରାଜ୍ୟରେ କାହିଁକି ବନ୍ଦ ଛାତ୍ର ସଂସଦ ନିର୍ବାଚନ ? ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ସପ୍ତାହେ ଭିତରେ ଉତ୍ତର ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବିଭିପି ଛାତ୍ର ସଂଗଠନର ଆବେଦନ ଆଧାରରେ କୋର୍ଟ ନୋଟିସ୍ ।

author-image
Satyendu Shekher Mishra
undefined

Student Election

ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଜବାବ ତଲବ । ସପ୍ତାହେ ଭିତରେ ଉତ୍ତର ରଖିବେ ସରକାର । ଏବିଭିପିର ଆବେଦନ ଆଧାରରେ ନୋଟିସ୍ ଜାରି କଲେ ହାଇକୋର୍ଟ । 

Advertisment

ରାଜ୍ୟରେ ଗତ ୫ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ହିଂସାକାଣ୍ଡ ବଢୁଛି, ଏହି କାରଣ ଦର୍ଶାଇ ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଛି । ତେବେ କୋଭିଡ୍ ପରବର୍ତ୍ତି ସ୍ଥିତିରେ ଯେତେବେଳେ ସବୁ କିଛି ସ୍ୱାଭାବିକ ହୋଇଛି, ସେତେବେଳେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେବନି ବୋଲି ଯୁକ୍ତି ବାଢି ABVP ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହାସହ ରାଜ୍ୟ ସରକାର ଛାତ୍ରମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିବା ଆବେଦନପତ୍ରରେ ଦର୍ଶାଯାଇଥିଲା ।

ଏହାକୁ ଆଧାର କରି ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ସପ୍ତାହେ ଭିତରେ ଉତ୍ତର ରଖିବାକୁ ନୋଟିସ୍ କରିଛନ୍ତି ।

Advertisment

ଲଗାତର ଭାବେ ଛାତ୍ର ସଂସଦ ନିର୍ବାଚନ କରିବା ଲାଗି ଏବିଭିପି, ଛାତ୍ର କଂଗ୍ରେସ ଓ ଏଆଇଏସଏଫ୍ ଭଳି ଛାତ୍ର ସଂଗଠନ ଦାବି କରିଆସୁଛନ୍ତି। ତେବେ ଉଚ୍ଚଶିକ୍ଷା ବିଭାଗରେ ଚଳିତ ବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ସ୍ଥିର ନଥିବାରୁ ବିବାଦ ଆହୁରି ଘନେଇଥିଲା। ଏପରିକି ଏହାକୁ ନେଇ ପ୍ରତିବାଦ ଓ ବିକ୍ଷୋଭ ବି କରିଛନ୍ତି ବିରୋଧୀ ଛାତ୍ର ସଂଗଠନ।

ଗୋଟିଏ ପଟେ ନିର୍ବାଚନ ବାତିଲ, ଅନ୍ୟପଟେ ଛାତ୍ର ବିଜେଡି ନିଜ କାର୍ଯ୍ୟକାରିଣୀରେ କ୍ୟାମ୍ପସ୍ କମିଟି ଗଠନ କରି ଯୁବ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବିରୋଧୀ ଛାତ୍ର ସଂଗଠନ ଅଭିଯୋଗ କରିଛନ୍ତି। ଜବାବରେ ବିଜୁ ଛାତ୍ର ଜନତା ଦଳ କହିଛି ବିରୋଧୀଙ୍କ ବିଶୃଙ୍ଖଳା ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି।

ସାଧାରଣତଃ ଅକ୍ଟୋବରରେ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। ଏବେ ସମୟ କମ୍ ଥିବାରୁ ରାଜ୍ୟ ସରକାର କଣ ଉତ୍ତର ରଖୁଛନ୍ତି ଏବଂ ହାଇକୋର୍ଟ କି ନିର୍ଦ୍ଦେଶ ଦେଉଛନ୍ତି ତାଉପରେ ନଜର ।

Advertisment
Advertisment