Advertisment

ଛାତ୍ର ସଂସଦ ନିର୍ବାଚନ କାହିଁକି ବନ୍ଦ ?

ତେବେ କୋଭିଡ୍ ପରବର୍ତ୍ତି ସ୍ଥିତିରେ ଯେତେବେଳେ ସବୁ କିଛି ସ୍ୱାଭାବିକ ହୋଇଛି, ସେତେବେଳେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେବନି ବୋଲି ଯୁକ୍ତି ବାଢି ABVP ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।

author-image
Santosh Kumar Sahoo

ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଜବାବ ତଲବ। ସପ୍ତାହେ ଭିତରେ ଉତ୍ତର ରଖିବେ ସରକାର। ଏବିଭିପିର ଆବେଦନ ଆଧାରରେ ନୋଟିସ୍ ଜାରି କଲେ ହାଇକୋର୍ଟ। ରାଜ୍ୟରେ ଗତ ୫ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାପସରେ ହିଂସାକାଣ୍ଡ ବଢୁଛି, ଏହି କାରଣ ଦର୍ଶାଇ ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଛି। ତେବେ କୋଭିଡ୍ ପରବର୍ତ୍ତି ସ୍ଥିତିରେ ଯେତେବେଳେ ସବୁ କିଛି ସ୍ୱାଭାବିକ ହୋଇଛି, ସେତେବେଳେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେବନି ବୋଲି ଯୁକ୍ତି ବାଢି ABVP ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହାସହ ରାଜ୍ୟ ସରକାର ଛାତ୍ରମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିବା ଆବେଦନପତ୍ରରେ ଦର୍ଶାଯାଇଥିଲା। ଏହାକୁ ଆଧାର କରି ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଉଚ୍ଚ
ଶିକ୍ଷା ଓ ଗଣଶିକ୍ଷା ବିଭାଗ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ସପ୍ତାହେ ଭିତରେ ଉତ୍ତର ରଖିବାକୁ ନୋଟିସ୍ କରିଛନ୍ତି।

Advertisment
ABVP Odisha News Orissa High Court
Advertisment
Advertisment