୨୪ ପୂର୍ବରୁ ବିଜେପିର ହାଲ୍ଲାବୋଲ । ରାଜ୍ୟବ୍ୟାପୀ ପ୍ରତିବାଦ, ବିକ୍ଷୋଭ, ଘେରାଉ । ପ୍ରସଙ୍ଗ- ଦୁର୍ନୀତି, ଭ୍ରଷ୍ଟାଚାର ଆଉ ପିସି କାରବାର । ଏମିତି ଚିତ୍ର ଦେଖିବାକୁ ମିଳିଛି ରାଜଧାନୀରେ । ବିଏମ୍ସି ଅଫିସ୍ ଆଗରେ ଅଳିଆ ଢାଳିଲେ ବିଜେପି କର୍ମୀ । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ବେଳେ ତାତି ଥିଲେ କର୍ମୀ। ଖାଲି ଅଳିଆ ଗଦାଇନଥିଲେ, ବିଏମ୍ସି ଅଫିସ୍ ଉପରକୁ ଗୋବର ମାଡ଼ ମଧ୍ୟ କରିଥିଲେ । ସ୍ମାର୍ଟସିଟି ଯୋଜନାରେ କେନ୍ଦ୍ରୀୟ ଅର୍ଥ ହଡ଼ପ, ପରିମଳ ପରିଚାଳନାରେ ବିଏମ୍ସିର ବିଫଳତାକୁ ମୁଦ୍ଦା କରି ପ୍ରବଳ ବିକ୍ଷୋଭ କରିଥିଲା ଦଳ।
ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !
ଆଗାମୀ ୧୮ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ । ବିଜେଡି କହିଲା, ଏହାର କୌଣସି ପ୍ରଭାବ ପଡ଼ିବନି ।
ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।
ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି ।
ରାଜ୍ୟବାସୀ ସରକାରଙ୍କ ଏହି ‘ନିରନ୍ତର ବିକାଶ’ର ବିଜ୍ଞାପନ ଗତ କେଇମାସ ଧରି ନିଇତି ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ସବୁ ପ୍ରକଳ୍ପ ଓ ଯୋଜନା ବିଷୟରେ ଲେଖାଥିବା ବଡ ବଡ ହୋର୍ଡିଂ, ପୋଷ୍ଟର, ବ୍ୟାନର ଆଦି ସହର-ବଜାର, ଗାଁ-ଗଳି ଆଦି ବିଭିନ୍ନ ସ୍ଥାନରେ ଶୋଭାପାଉଥିବା ପରିଲକ୍ଷିତ ହୁଏ। ଏହାର ପରିଭାଷା କ’ଣ…
୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ
ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା।
ବିଜେଡିରେ ଥିବା ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏସବୁ ଅଭିଯୋଗର ଜବାବ ରଖିଛି ବିଜେଡି।
ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି।
ଘନଉଛି ଗଞ୍ଜାମ ପଲିଟିକ୍ସ । ଦୀପାବଳି ପୂର୍ବଦିନ ପ୍ରଦୀପଙ୍କୁ ବିଜେଡିର ଆକ୍ରମଣ, ଆଉ ଦୀପାବଳି ପରଦିନ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦୀପଙ୍କ ନିଶାନା । ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍ ।
ଏହାସତ୍ତ୍ୱେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ। ସେପଟେ ବିଜେଡି ଏହାର ଜବାବ ରଖିଛି।
ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି ଯେ, ବିଜେଡିର ଦଳୀୟ ପାଣ୍ଠିକୁ ଏତେ ଟଙ୍କା ଆସୁଛି କେଉଁଠୁ । ୫ ବର୍ଷରେ ୬୨୨ କୋଟି ଟଙ୍କା କେଉଁଠୁ ଆସିଲା ।
ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।
ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।
ମାଛ ତେଲରେ କେମିତି ହୁଏ ମାଛ ଭଜା, ଖୁବ ଜାଣିଛି ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଉଠିଛି। ତେବେ ବିଜେଡିର ଚାଲାଖି ଠଉରେଇ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛନ୍ତି ବିରୋଧୀ।
ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ନିର୍ବାଚନ ଯେତିକି ପାଖଉଛି ସରକାର ସେତିକି ସେତିକି ଯୋଜନା ଆରମ୍ଭ କରୁଛନ୍ତି। ସବୁବର୍ଗକୁ ସନ୍ତୁଷ୍ଟ କରିବାକୁ ପ୍ରୟାସ। ଏବେ ଫୋକସରେ ଯୁବ ଛାତ୍ର। ପ୍ରଥମେ ସ୍କୁଲ୍ ପିଲାଙ୍କ ସାଇକେଲ ବ୍ରାଣ୍ଡିଂ ଆଉ ଏବେ କଲେଜ ପିଲାଙ୍କ ପାଇଁ କ୍ରୀଡା ଉତ୍ସବ। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରୀ ଦଳ ନିଜ ଏଜେଣ୍ଡାରେ ସଫଳ ହେବେନି ବୋଲି ଦୃଢୋକ୍ତି ବାଢିଛନ୍ତି..
ଗଞ୍ଜାମ ରାଜନୀତିରେ ହଲଚଲ । ଚର୍ଚ୍ଚା ହେଉଛି,ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବିଜେଡିରୁ ବହିଷ୍କୃତ, ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ରୋଚକ କଥା ହେଉଛି ପ୍ରଦୀପଙ୍କ ଦଳବଦଳ ନହେଉଣୁ ଛାନିଆ ବିଜେଡି। ପ୍ରଦୀପ ଜନ ବିରୋଧୀ ଓ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା ଥିବା ବେଳେ ବିଜେପି କେମିତି ତାଙ୍କୁ ଆପଣାଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଜଏନିଂ ଆଗରୁ ବିଜେଡି ନେତାଏ ପଚାରିଲେଣି। ତେବେ ପ୍ରଦୀପ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ବିଜେଡି ଭୟଭୀତ ବୋଲି କଟାକ୍ଷ କରିଛି ବିଜେପି..
କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ ।
ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ ।
ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।
ଜନସାଧାରଣଙ୍କ ଟଙ୍କାକୁ ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଜେଡି ସରକାର ବିନିଯୋଗ କରୁଥିବା ବିଜେପି ଅଭିଯୋଗ କରିଛି ।
ଧସୁଛି ବିଜେଡିର ଦକ୍ଷିଣ ଗଡ଼। ଚରମସୀମାରେ ଗୋଷ୍ଠୀ କନ୍ଦଳ। କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି।
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ। ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ। ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ।