• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଉଳକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ନୁହେଁ, କେନ୍ଦ୍ର ଦେଉଛି ମାଗଣା ଚାଉଳ ବୋଲି ଆଜି ମତ ରଖି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୀଳଗିରିରେ ପାସେଞ୍ଜର ଟ୍ରେନ୍ ଲୋକାର୍ପଣ ପାଇଁ ଆସିଥିବାବେଳେ ଅଶ୍ୱିନୀ ଏହା କହିଛନ୍ତି । ମୁଣ୍ଡ ପିଛା ମାଗଣା ୫ କେଜି ଚାଉଳ ପଠାଉଛି କେନ୍ଦ୍ର । ହେଲେ କିଛି ଲୋକ ରାଜ୍ୟ ମାଗଣା ଚାଉଳ ଦେଉଥିବାର ଭ୍ରମ ସୃଷ୍ଟି କରିଛନ୍ତି ।

ତେଣୁ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ନହେବାକୁ ପରାମର୍ଶ ଦେଇଛନ୍ତି ରେଳମନ୍ତ୍ରୀ । ଏହାର ଜବାବ ରଖିଛି ବିଜେଡି । ଆଜି ନୀଳଗିରି ଗୋପୀନାଥପୁରରେ ନବନିର୍ମିତ ରେଳ ଷ୍ଟେସନରେ ରେଳମନ୍ତ୍ରୀ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ଟ୍ରେନଟି ନୀଳଗିରି-ବାଲେଶ୍ୱର ମଧ୍ୟରେ ପ୍ରତିଦିନ ୩ଥର ଯିବା ଆସିବା କରିବ । ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି ।