/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705073722.jpg)
Himanta Biswa Sarma
ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ହିମନ୍ତ ବିଶ୍ୱଶର୍ମା । ଆସନ୍ତାକାଲି ଓଟିଭିର ବାର୍ଷିକ ଫୋରସାଇଟ୍ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Advertisment
କାଲି ଓଟିଭି ଫୋରସାଇଟର ୧୪ ତମ ସଂସ୍କରଣ ହେବାକୁ ଯାଉଛି । ଏଥିରେ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟତୀତ କେନ୍ଦ୍ର ସାମାଜିକ ନ୍ୟାୟ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ, ଯୋଗଗୁରୁ ବାବା ରାମଦେବ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଓଟିଭି ଫୋରସାଇଟରେ ସବୁଥର ଭଳି ଏଥର ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କାର୍ଯ୍ୟକ୍ରମ ରହିଛି । ୨୦୧୦ ମସିହାରୁ ଆୟୋଜିତ ହୋଇ ଆସୁଛି ଓଟିଭି ଫୋରସାଇଟ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)