/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705040099.jpg)
Nua O Odisha
ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା । ଆସନ୍ତାକାଲି ଏହି ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷା ହେବାର ଥିଲା। କିନ୍ତୁ ଆସନ୍ତାକାଲି ମଧ୍ୟ ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ ଓ କାର୍ଯ୍ୟକ୍ରମ ହେବାର ଅଛି। ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ଜିଲ୍ଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଚିଠି ଲେଖାଯାଇଥିଲା। ଏହା ପରେ ସମ୍ବଲପୁର ଜିଏମ୍ ୟୁନିଭରିସିଟିର ପରୀକ୍ଷା ଘୁଞ୍ଚିଛି । ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ। ଏସଂପର୍କିତ ନିର୍ଦ୍ଦେଶନାମା ମଧ୍ୟ ୟୁନିଭରସିଟି ପକ୍ଷରୁ ଜାରି କରାଯାଇଛି।
Advertisment
ଏହା ସହିତ କାର୍ଯ୍ୟକ୍ରମରେ ବହୁତ ଭିଡ଼ ହେବାର ସମ୍ଭାବନା ଥିବାରୁ ଯେଉଁ ଛାତ୍ରଛାତ୍ରୀ SAMS ପୋର୍ଟାଲରେ ପଂଜୀକୃତ ହୋଇଥିବେ, କେବଳ ସେମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ଜିଲ୍ଲା ପରିଷଦ ସମ୍ବଲପୁର ପକ୍ଷରୁ କୁହାଯାଇଛି। ଆଗରୁ ପଂଜୀକୃତ ହୋଇନଥିବା ପିଲାଙ୍କୁ ମନ୍ଦଲିଆ ପଡ଼ିଆରେ ପ୍ରବେଶ ପାଇଁ ଅନୁମତି ଦିଆଯିବନି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)