Advertisment

ପାଣ୍ଡିଆନଙ୍କ ଗସ୍ତ, ପରୀକ୍ଷା ବେଳେ ବଜାଇଲେ ଡିଜେ

ଅଧ୍ୟାପକ ମରୁଡ଼ିକୁ ନେଇ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସର ବିରୋଧ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଠାରୁ ୫୦ ମିଟର ଦୂରରେ ଥିଲା କାର୍ଯ୍ୟକ୍ରମ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
VK Pandian Balangir Visit during exam

Exam Affect Due To Pandian Visit

ଗୋଟିଏ ପଟେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ, ଯେଉଁଠି ବାଜୁଛି ଧୁମ୍‌ଧଡ଼ାକା ଡିଜେ । ଅନ୍ୟପଟେ ମାତ୍ର ୫୦ ମିଟର ଦୂରରେ ୟୁନିଭର୍ସିଟିରେ ଚାଲିଛି ପରୀକ୍ଷା । ଭାବି ପାରୁଥିବେ ପିଲାମାନେ କିଭଳି ପରୀକ୍ଷା ଦେଇଥିଲେ ଏଭଳି ପରିବେଶ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ।

Advertisment

 ବଲାଙ୍ଗିର ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଏହାର ୫୦ ମିଟର ଦୂରରେ ଥିବା ରାଜେନ୍ଦ୍ର ୟୁନିଭର୍ସିଟିରେ ଚାଲିଥିଲା ଯୁକ୍ତ ୩ ଓ ପିଜି ସେମିଷ୍ଟାର ପରୀକ୍ଷା। କିଛି ଉପାୟ ନପାଇ ଝରକା, କବାଟ ବନ୍ଦ କରି ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।

ଅଧିକ ପଢ଼ନ୍ତୁ: ଭୋଟ୍ ପୂର୍ବରୁ ଫାଟୁଛି କି ବିଜେଡି ? ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି ପରେ ତେଜିଲା ବିବାଦ

Advertisment

ସେପଟେ ବିନା ସରକାରୀ ନିର୍ଦ୍ଦେଶରେ କି କ୍ଲାସ ବାତିଲ ହୋଇନଥିବା ବେଳେ, କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭିସି।

ଅନ୍ୟପଟେ ପାଣ୍ଡିଆନଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ । ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ ନିଯୁକ୍ତି କରାନଯିବା ଏବଂ ପରୀକ୍ଷା ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟକ୍ରମ ଆୟୋଜନକୁ ବିରୋଧ କରିଛି କଂଗ୍ରେସ । ପ୍ଲାକାର୍ଡ ଓ ବ୍ୟାନର ଧରି ରାଜେନ୍ଦ୍ର କଲେଜ ଛକରୁ ପ୍ରତିବାଦ ଶୋଭାଯାତ୍ରା କରି ଗାନ୍ଧୀ ଷ୍ଟାଡିୟମ ନିକଟକୁ ଯିବା ବାଟରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଫଳରେ ରାସ୍ତା ଉପରେ ଧାରଣାରେ ବସିଥିଲେ ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା ।

Exam VK Pandian
Advertisment
Advertisment