• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ହୋଇଛି ୯ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି । ଏହି ସଂଗୀନ ଅଭିଯୋଗ ଆଣିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି- ରାଜ୍ୟରେ ୧୯୨ଟି ଖଣି ବେଆଇନ ଭାବେ ଚାଲିଛି । ସେଥି ମଧ୍ୟରୁ ୧୭୬ ଖଣିର ଜଙ୍ଗଲ ଓ ୯୪ ଖଣିର ପରିବେଶ ମଂଜୁରୀ ନାହିଁ ।

୭୫ଟି ଲୁହା ପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଖଣିଜ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳକୁ ପ୍ରଭାବିତ କରିଛି । ଏହା ସହିତ ଆଦିବାସୀ ଓ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଜୟନାରାୟଣ ଅଭିଯୋଗ କରିଛନ୍ତି, ଏହି ଦୁର୍ନୀତିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ସଂପୃକ୍ତ ।

ତେଣୁ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିବା କହିଛନ୍ତି ବିରୋଧୀ ଦଳ ନେତା । ଏପଟେ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି, ବିରୋଧୀଙ୍କ କାମ କହିବା, ସେମାନେ କହିବେ ।