/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705155182.jpg)
Himanta Biswa Sarma
ଓଡ଼ିଶାରେ ସରକାର ଗଢ଼ିବ ବିଜେପି, ଆଉ ମୁଁ ଶପଥ ଉତ୍ସବକୁ ଆସିବି । ଭୁବନେଶ୍ୱର ଆସିଥିବା ଅବସରରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କହିଛନ୍ତି, ୨୦୧୯ରେ ବିଜେପି ୩୮ ପ୍ରତିଶତ ଭୋଟ ପାଇଥିଲା। ବିଜେଡିଠାରୁ ମାତ୍ର ୪ ପ୍ରତିଶତ ଭୋଟ୍ ବ୍ୟବଧାନ ଥିଲା । ମୋଦି ସରକାରଙ୍କ କାମ ଯୋଗୁଁ ୪ ପ୍ରତିଶତ ଭୋଟ୍ ଆସି ସାରିଲାଣି।
Advertisment
ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮ ପ୍ରତିଶତ ଭୋଟ୍ ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତା’ହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ୍ ଆସିବାକୁ କେତେ ସମୟ ଲାଗିବ। ବିଶ୍ୱଶର୍ମାଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)