/odishatv-khabar/media/post_attachments/uploadimage/library/16_9/16_9_0/BJP_1704896103.jpg)
BJP
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ସାଇବର ଥାନାରେ ଏତଲା ଦେଲା ବିଜେପି । ବିଜେଡି ଦ୍ୱାରା ପରିଚାଳିତ ଫେସ୍ ବୁକ୍ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସ୍ରାବ୍ୟ ଭାଷା ପ୍ରୟୋଗ କରାଯାଇଥିବା ଏତଲାରେ ଦର୍ଶାଯାଇଛି ।
Advertisment
ଏଥିରେ ସଂପୃକ୍ତ ବିଜେଡି କର୍ମକର୍ତ୍ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି । ଶୀଘ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ବିଜେପି ନ୍ୟାୟିକ ସ୍ତରରେ ଏବଂ ଆବଶ୍ୟକ ପଡିଲେ ରାସ୍ତାକୁ ଓହ୍ଲାଇବ ବୋଲି ବରିଷ୍ଠ ନେତା କହିଛନ୍ତି ।
ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏଭଳି ଆପତ୍ତିଜନକ ଭାଷା ପ୍ରୟୋଗକୁ ବରଦାସ୍ତ କରାଯିବନି ଏବଂ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଖକୁ ବିଜେପି ଏହି ପ୍ରସଙ୍ଗ ନେବ ବୋଲି ଦଳ କହିଛି । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)