ମୋଦି ଓ ରାହୁଲଙ୍କ ପ୍ରଚାରକୁ ନେଇ ମଇଦାନ ବେଶ୍ଚ ସରଗରମ। ଆସନ୍ତା ୨୬ ତାରିଖ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କେରଳର ସମସ୍ତ ୨୦ ଆସନ ପାଇଁ ହେବ ଭୋଟ୍।
ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
‘ନିର୍ବାଚନ ପରେ ପ୍ରଥମ ୧୦୦ ଦିନ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ବିଭିନ୍ନ ବିଭାଗର ଦକ୍ଷ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
ନିର୍ବାଚନ ପ୍ରଚାର ପାଇଁ ତାମିଲନାଡୁରୁ କେରଳ ୱାଏନାଡ ଯିବା ବେଳେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ ।
କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି।
ଜବତ ହୋଇଥିବା ୪୬୫୦ କୋଟି ମଧ୍ୟରେ ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ଥିବା ସୂଚନା ମିଳିଛି।
ଏପ୍ରିଲ୍ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।
ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମଧ୍ୟମ ବର୍ଗ ପରିବାରଙ୍କ ବିଶ୍ବାସ, ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କୁ ନିଯୁକ୍ତି, ଶ୍ରମିକ ଓ କୃଷକଙ୍କୁ ସମ୍ମାନ ଭଳି ଗ୍ୟାରେଣ୍ଟି ଦେଇ ବିଜେପି ଜାରି କରିଛି ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର। ଦଳର ସଂକଳ୍ପ ପତ୍ର, ମୋଦି କି ଗ୍ୟାରେଣ୍ଟି-୨୦୨୪କୁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଗହଣରେ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍ଙ୍କ ନାଁ ମଧ୍ୟ ରହିଛି ।
ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା । ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା ।
ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା । ଏକାଧିକ ସିଟ୍ରେ ଦଳର ବରିଷ୍ଠ ନେତା ଥିଲେ ବି ଏଯାଏଁ ସେମାନଙ୍କ ଟିକଟ୍ ଅଙ୍କ ଛିଡ଼େଇ ପାରୁନି ଦଳ ।
ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ।
ମଧ୍ୟମ ବର୍ଗ ପରିବାରଙ୍କ ବିଶ୍ୱାସ, ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କୁ ନିଯୁକ୍ତି, ଶ୍ରମିକ ଓ କୃଷକଙ୍କୁ ସମ୍ମାନ ଭଳି ଗ୍ୟାରେଣ୍ଟି ଦେଇ ବିଜେପି ଜାରି କରିଛି ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର ।
ଲୋକେ ନିଜର ସମସ୍ୟା ଜଣେଇବା ବେଳେ ଜଣେ ଯୁବ ବିଜେଡି ନେତା ସେମାନଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି ।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍। ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ...
ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ଆହୁରି କହିଛନ୍ତି ଯେ, ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ।
ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସଂକଳ୍ପ ପତ୍ରରେ ବିଜେପି ଜନମଙ୍ଗଳ, ବିକାଶ ଏବଂ ବିକଶିତ ଭାରତର ରୋଡମ୍ୟାପକୁ ଫୋକସ କରିବ। ଏଥିସହ ଯୁବବର୍ଗ, ମହିଳା, କୃଷକ ଏବଂ ଦାରିଦ୍ର୍ୟ ଦୂର ଉପରେ ମଧ୍ୟ ଦଳ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି। ସଂକଳ୍ପ ପତ୍ରର ଥିମ୍ ରହିବ, ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’।
ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍ରେ ଟିକେଟ୍ ଘୋଷଣା କରିପାରୁନି।
ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ?
କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ।
ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ।