• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ । ନିର୍ବାଚନ ପ୍ରଚାର ପାଇଁ ତାମିଲନାଡୁରୁ କେରଳ ୱାଏନାଡ ଯିବା ବେଳେ ଯାଞ୍ଚ କରିଛନ୍ତି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ । ତାମିଲନାଡୁ ନୀଳଗିରିରେ ରାହୁଲଙ୍କ ହେଲିକପ୍ଟରର ଯାଞ୍ଚ କରାଯାଇଛି । ସାଧାରଣ ନିର୍ବାଚନ ଲାଗି ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ତେଣୁ ସମସ୍ତ ନେତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏହି କ୍ରମରେ ଆଜି ରାହୁଲଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିବା ସୂଚନା ମିଳିଛି ।

ଆଜି ୱାଏନାଡରେ ସାଧାରଣ ସଭା ସହ ରାହୁଲ ଗାନ୍ଧିଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନରେ ୱାଏନାଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ୨୦୧୯ ନିର୍ବାଚନରେ ମଧ୍ୟ ରାହୁଲ ଗାନ୍ଧୀ କେରଳର ୱାଏନାଡା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ୪ ଲକ୍ଷରୁ ଅଧିକ ଭୋଟରେ ବିଜୟ ଲାଭ ମଧ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂପତ୍ତିର ମୂଲ୍ୟ କେତେ ? ଜାଣନ୍ତୁ...

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ନିର୍ବାଚନରେ ରାହୁଲ ଗାନ୍ଧିଙ୍କ ବିରୋଧରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ର ଆନି ରାଜା ନିର୍ବାଚନ ଲଢ଼ୁଛନ୍ତି। ‘INDI’ ମେଣ୍ଟର ସହଯୋଗୀ ହୋଇଥିଲେ ମଧ୍ୟ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି CPI । ସେହିପରି ରାହୁଲଙ୍କ ବିରୋଧରେ ବିଜେପିର କେରଳ ୟୁନିଟ୍ ମୁଖ୍ୟ କେ ସୁରେନ୍ଦ୍ରନ ପ୍ରାର୍ଥୀ ହୋଇଛନ୍ତି । ୨୦ଟି ଲୋକସଭା ଆସନ ବିଶିଷ୍ଟ ରାଜ୍ୟ କେରଳରେ ଏପ୍ରିଲ ୨୬ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ।

୨୦୦୯ରେ ପ୍ରଥମ ଥର ପାଇଁ ୱାଏନାଡ ଲୋକସଭା ଆସନରେ ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଥିଲା । କଂଗ୍ରେସର ଏମଆଇ ଶାନଭାସ ସିପିଆଇର ଏମ ରହମତୁଲ୍ଲାଙ୍କୁ ୧ ଲକ୍ଷ ୫୩ ହଜାର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ ।