• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଆ ନବବର୍ଷ ଆଣିବ କି ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ? ମାସକ ପରେ ରାଜ୍ୟରେ ନିର୍ବାଚନ ଥିବାରୁ କିଏ ଗଢ଼ିବ ସରକାର ? କିଏ ବସିବ ବିରୋଧୀ ଆସନରେ ? କ’ଣ କହୁଛି ଓଡ଼ିଆ ପଞ୍ଜିକା ? ବିଭିନ୍ନ ପଞ୍ଜିକାରେ ରହିଛି ଭିନ୍ନ ଭିନ୍ନ ଗଣନା । ତେବେ ପଞ୍ଜିକାରେ ଏଥର ପ୍ରାୟତଃ ଦଳ ନୁହେଁ, ବରଂ ପ୍ରାର୍ଥୀଙ୍କ ଗୁରୁତ୍ୱ ବଢିବ ବୋଲି ଦର୍ଶାଯାଇଛି । ଚଳିତ ପଞ୍ଜିକାରେ ରାଜା ଚନ୍ଦ୍ରରେ, ମନ୍ତ୍ରୀ ବୃହସ୍ପତିରେ, ପରୀକ୍ଷକ ଶନିରେ ଏବଂ ପୁରୋହିତ ରବିରେ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଅର୍ଥାତ ଚନ୍ଦ୍ର ଶୀତଳ ଗ୍ରହ ହୋଇଥିବାରୁ ବର୍ତ୍ତମାନର ଶାସକଙ୍କୁ ହିଁ ଜନତା ଜନାର୍ଦ୍ଦନ ବାଛିବେ । ଦେଶରେ ସ୍ଥିର ସରକାର ଗଠନ ହେବ ଏବଂ ଉଭୟ ଦେଶ ଓ ରାଜ୍ୟକୁ ସ୍ଥିରତା ପ୍ରଦାନ କରିବେ ବୋଲି ପଞ୍ଜିକାରେ ଉଲ୍ଲେଖ ଥିବା କହିଛନ୍ତି ଜ୍ୟୋତିର୍ବିଦ। ଦେଶ ଦେଶ ମଧ୍ୟରେ ବିଦ୍ୱେଷ ଲାଗିରହିଥିବାରୁ ସାରା ବିଶ୍ୱକୁ ଭାରତ ଶାନ୍ତିର ବାର୍ତ୍ତା ଦେବ ବୋଲି ମତ ରଖିଛନ୍ତି ଜ୍ୟୋତିର୍ବିଦ ଡକ୍ଟର ନରେଶ ଚନ୍ଦ୍ର ଦାଶ ।

ଦେଶ ଏବଂ ଜନତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ନିର୍ଣ୍ଣାୟକ ଭୂମିକା ନେବ ଚଳିତ ବର୍ଷ । ଅକଳରେ ପଡ଼ିବେ ବଡ଼ ବଡ଼ ନେତା । କେନ୍ଦ୍ରରେ ବିଜେପି ସରକାର ଏବଂ ମୋଦି ପୁଣିଥରେ ହେବେ ପ୍ରଧାନମନ୍ତ୍ରୀ । କାରଣ ପଞ୍ଜିକାର ସଂଖ୍ୟା ଗଣିତ କହୁଛି, ବିଜେପିର ସଂଖ୍ୟା ୧। ଅର୍ଥାତ ରବିଙ୍କ ସଂଖ୍ୟା । ତେଣୁ ଦଳ ପାଇଁ ଲାଭଦାୟକ ହେବ ଚଳିତ ନିର୍ବାଚନ । ସେହିପରି ୯ ହେଉଛି ବିଜେଡିର ସଂଖ୍ୟା । ବିଜେଡି ଭଲ ପ୍ରଦର୍ଶନ କଲେ ବି ପୂର୍ବ ନିର୍ବାଚନଗୁଡ଼ିକ ଅପେକ୍ଷା ଏଥର କିନ୍ତୁ ଫଳାଫଳରେ ବ୍ୟତିକ୍ରମ ଘଟିବ । ତଥାପି ମିଥୁନ ରାଶି ହୋଇଥିବାରୁ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବା କହିଛନ୍ତି ଜ୍ୟୋତିର୍ବିଦ ।

ଅପରପକ୍ଷେ କଂଗ୍ରେସ ସଂଖ୍ୟା-୨ । ଯାହା ଚନ୍ଦ୍ରଙ୍କର, ତେଣୁ ଦଳରେ ଅସ୍ଥିର ଭାବ ରହିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ ମନୋଜ ଲେଙ୍କା । ପଞ୍ଜିକା ଯାହା କହୁଥାଉ ନା କାହିଁକି, ୩ ପ୍ରମୁଖ ଦଳ କିନ୍ତୁ ଆତ୍ମବିଶ୍ୱାସ ସହ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

  • Reported by:
  • MADHUSUDAN MISHRA , JAGDISH DAS , ATULYA BOUT