• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଯୁବ ବିଜେଡି ନେତାଙ୍କ ଦାଦାଗିରି । ଲୋକେ ନିଜର ସମସ୍ୟା ଜଣେଇବା ବେଳେ ଜଣେ ଯୁବ ବିଜେଡି ନେତା ସେମାନଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁନିଗୁଡା ବ୍ଲକ ରଘୁବାରି ଗାଁରେ ।

ଆଜି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ତଥା ବିଷମକଟକ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା ରଘୁବାରୀ ଗାଁକୁ ନିଜର ପ୍ରଚାର ପାଇଁ ଯାଇଥିବାବେଳେ ଗାଁର ମହିଳା ଓ ପୁରୁଷମାନେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିବା ସହ ଘେରିଥିଲେ । ସେହି ସମୟରେ ଯୁବ ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ବାଡ଼ଉଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପ୍ରତିକ୍ରିୟା ମିଳି ନ ଥିବାବେଳେ ଧୀରେନ୍ଦ୍ର ପାଣିଗ୍ରାହୀ ମାଡ଼ମରା ଖବରକୁ ଖଣ୍ଡନ କରିଛନ୍ତି।