Advertisment

ଗୋଳିଆ କନ୍ଧମାଳ ରାଜନୀତି; ଅଚ୍ୟୁତଙ୍କୁ ଅଣ-ଆଦିବାସୀ କହି କୁଇ ସମାଜର ବିରୋଧ

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ।

author-image
Manoranjan Behera
undefined

Kandhamal Politics

ନିର୍ବାଚନ ପୂର୍ବରୁ ଗୋଳିଆ ହେଲାଣି କନ୍ଧମାଳ ରାଜନୀତି। ଏଠି ତିନି ଦଳର ପ୍ରାର୍ଥୀଙ୍କୁ ତୀବ୍ର ବିରୋଧ କରୁଛି କୁଇ ସମାଜ। ବିଶେଷ କରି ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଅଣ-ଆଦିବାସୀ ଦର୍ଶାଇ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଏପରିକି କନ୍ଧମାଳ ଲୋକସଭା ଆସନରେ ବାହାର ଜିଲ୍ଲା ପ୍ରାର୍ଥୀଙ୍କୁ ବିରୋଧ କରି କୁଇ ସମାଜ ପକ୍ଷରୁ ଆସନ୍ତା ୧୬ ତାରିଖରେ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

Advertisment

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ। ଏଠି ବିଜେଡିର ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ତେଜିଛି ନାରା। ଆଦିବାସୀ ବହୁଳ ଜିଲ୍ଲାରେ ଜଣେ ଅଣ ଆଦିବାସୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଜୋରଦାର ପ୍ରତିବାଦ କରିଛି କୁଇ ସମାଜ। ଫଟୋ ଚିତ୍ର ପୋଡିବା ସହ ଅଚ୍ୟୁତ ଗୋ ବ୍ୟାକର ନାରା ଦିଆଯାଇଛି। ତୁରନ୍ତ ପ୍ରାର୍ଥୀ ପ୍ରତ୍ୟାହାର ନକଲେ ଆସନ୍ତା ୧୬ ତାରିଖରେ କୁଇ ସମାଜ ଜିଲ୍ଲା ବନ୍ଦ ପାଳନ କରିବ ବୋଲି ସଫା ସଫା ଶୁଣାଇଦେଇଛି। ବିଜେପି ଓ କଂଗ୍ରେସ ବି ବାହାର ଜିଲ୍ଲାରୁ ପ୍ରାର୍ଥୀ ଦେଇଥିବାରୁ ଦୁଇ ଦଳର ଜିଲ୍ଲା ସଭାପତିଙ୍କ ବିରୋଧରେ ବି ତେଜିଛି ଅସନ୍ତୋଷ।

ସେପଟେ କଂଗ୍ରେସ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ତେବେ ସେ ମୂଳ ଆଦିବାସୀ ନୁହଁନ୍ତି ବୋଲି କୁଇ ସମାଜ ବିରୋଧ କରୁଛି। ସେହିପରି ଫୁଲବାଣୀ ଆସନରେ କଂଗ୍ରେସ ଦେଇଥିବା ପ୍ରାର୍ଥୀ ପ୍ରତିଭା କହଁର ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିିବାରୁ ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ନୂଆ ପ୍ରାର୍ଥୀ ଦେବାକୁ ଦାବି ହୋଇଛି। ବାଲିଗୁଡା ସିଟରେ ବିଜେପିର ପ୍ରାର୍ଥୀ କଳ୍ପନା କହଁର ବି ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ କୁଇ ସମାଜ ତାଙ୍କ ପ୍ରାର୍ଥିତ୍ୱକୁ ଗ୍ରହଣ କରିବନି ବୋଲି କହିଛି।

Advertisment

ଆଦିବାସୀ ବହୁଳ ଜିଲ୍ଲା କନ୍ଧମାଳ। ଜିଲ୍ଲାରେ ୫୩ ପ୍ରତିଶତରୁ ଅଧିକ କୁଇ ଆଦିବାସୀ ସଂପ୍ରଦାୟର। ଏହି ଲୋକସଭା କ୍ଷେତ୍ର ଅଧିନ ତିନି ବିଧାନସଭା ଆସନ ବାଲିଗୁଡା, ଜି. ଉଦୟଗିରି ଏବଂ ଫୁଲବାଣୀ ଆଦିବାସୀ ସଂପ୍ରଦାୟ ପାଇଁ ସଂରକ୍ଷିତ ରହିଛି। ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତି ନିର୍ବାଚନରେ ଜିଲ୍ଲା ବାହାରୁ ଦିଆଯାଉଥିବା ପ୍ରାର୍ଥୀଙ୍କୁ ବାରମ୍ବାର ବିରୋଧ କରିଛି କୁଇ ସମାଜ। ଏପରିକି ୧୯୯୫ରେ କୁଇ ସମାଜ ଶକ୍ତି ପ୍ରଦର୍ଶନ କରି ସ୍ୱାଧୀନ ଭାବେ ଦାଶରଥୀ ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ଧନୁ ତୀର ଚିହ୍ନରେ କୁଇ ସମାଜର ସମର୍ଥନରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଦାଶରଥୀ ବେହେରା। ଏବେ ପୁଣି ତିନି ଦଳର ପ୍ରାର୍ଥୀଙ୍କୁ ନେଇ ପ୍ରତିବାଦ ଜଣାଇଛି କୁଇ ସମାଜ।

ମେ ୨୦ ତାରିଖରେ କନ୍ଧମାଳରେ ମତଦାନ ରହିଛି। ତାପୂର୍ବରୁ ପ୍ରାର୍ଥୀଙ୍କୁ କୁଇ ସମାଜର ବିରୋଧ, କନ୍ଧମାଳ ରାଜନୀତିକୁ ସରଗରମ କରିଛି।

BJD Odisha Politics General Elections 2024
Advertisment
Advertisment