• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର । ୨୦୨୪ ନିର୍ବାଚନ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରଖିଲେ ମତ । ଲୋକତନ୍ତ୍ରରେ ନିର୍ବାଚନର ପର୍ବ ସମସ୍ତଙ୍କ ପାଇଁ ମହତ ରଖୁଛି । ସମସ୍ତେ ଏହାକୁ ଉତ୍ସବ ରୂପେ ପାଳନ କରିବା ଉଚିତ କହିଲେ ମୋଦି ।

‘ମୋ ସରକାର ୨୦୪୭ ମିଶନରେ କାର୍ଯ୍ୟ କରୁଛି । ବର୍ଷ ୨୦୪୭ ଭାରତ ପାଇଁ ମାଇଲଷ୍ଟୋନ ହେବାକୁ ଯାଉଛି । ମୁଁ ସବୁ କରିଛି ବୋଲି କହୁନି, ବହୁତ କିଛି କରିବାକୁ ବାକି ଅଛି । ଦେଶକୁ ଶକ୍ତିଶାଳୀ କରିବା ହେଉଛି ମୋର ପ୍ରାଥମିକତା । ପୂର୍ବରୁ ସରକାର ପରିବାରବାଦକୁ ଗୁରୁତ୍ୱ ଦେଇ ଆସୁଥିଲେ । ବିଗତ ଦୁଇ ବର୍ଷ ହେଲା ୨୦୪୭କୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି ।’

ଖାଲି ସେତିକି ନୁହେଁ ମୋଦି ଆହୁରି କହିଛନ୍ତି, ‘ନିର୍ବାଚନ ପରେ ପ୍ରଥମ ୧୦୦ ଦିନ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ବିଭିନ୍ନ ବିଭାଗର ଦକ୍ଷ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।’ ସେହିଭଳି ନିର୍ବାଚନରେ ସବୁ ମତଦାତା ହେଉଛନ୍ତି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାସହ ‘ସବୁ ମତଦାତା, ସବୁ ନାଗରିକ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ।’

‘କିଛି ଲୋକ ଅଛନ୍ତି, ଯାହା ଇଛା କହି ପକାଉଛନ୍ତି । ଜଣେ ନେତା କହିଲେ- ଝଟ୍‌କାରେ ଗରିବୀ ହଟାଇଦେବି । ଯିଏକି ଦଶନ୍ଧି ଦଶନ୍ଧି ଧରି ଶାସନ କରିବା ପରେ କରିପାରି ନାହାନ୍ତି । ଏବେ ଏମିତି କହୁଛନ୍ତି । ନେତା ଦାୟିତ୍ୱ ନେବା କଥା, କହୁଥିବା କଥା ପାଳନ କରିବା କଥା । ମୋ ହିସାବରେ ପ୍ରାଣ ଯାଉ, କିନ୍ତୁ ବଚନ ନଯାଉ । କଥା କହି ଯଦି ନରଖି ପାରିବେ, ତେବେ ଗାଦି ଛାଡ଼ିଦେବା କଥା । ଏଥିପାଇଁ ମୁଁ କହୁଛି ମୋଦିର ଗ୍ୟାରେଣ୍ଟି, ଗ୍ୟାରେଣ୍ଟି ମାନେ ଭରସା ।’

ଏହି ଅବସରରେ ରାମ ମନ୍ଦିର କଥା ମଧ୍ୟ କହିଛନ୍ତି ମୋଦି । ସେ କହିଛନ୍ତି ‘କିଛି ଲୋକଙ୍କ ପାଇଁ ରାମ ମନ୍ଦିର ରାଜନୀତି ହତିଆର ଥିଲା । କିଛି ଲୋକ ରାମ ମନ୍ଦିର ରାସ୍ତାରେ କଣ୍ଟା ହେଇ ଛିଡ଼ା ହେଉଥିଲେ । ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସେମାନେ ବାଧା ସୃଷ୍ଟି କରୁଥିଲେ । ଏମିତିକି ଅଦାଲତରେ ମଧ୍ୟ ରାମ ମନ୍ଦିର ଅଟକାଇବାକୁ ଚେଷ୍ଟା କରୁଥିଲେ । ଏମିତିକି ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଥିଲେ ବି ଆସିନଥିଲେ ।’

ଅନ୍ୟପଟେ କଂଗ୍ରେସ-ଡିଏମ୍‌କେ ସଂପର୍କକୁ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସନାତନ ବିରୋଧୀଙ୍କ ସହ ମିଶି ଇଣ୍ଡି ମେଣ୍ଟ କରିଛି କଂଗ୍ରେସ । ସନାତନ ବିରୋଧରେ କଂଗ୍ରେସ ବିଷ ଉଦ୍‌ଗାରୁଛି କହିଲେ ମୋଦି । ତାମିଲନାଡୁରେ ଅଧିକାଂଶ ଗାଁ ନାମ ସହ ରାମ ଶବ୍ଦ ରହିଛି । ତାମିଲନାଡୁରେ ରାମ ସର୍ବତ୍ର ବିଦ୍ୟମାନ ଭଳି ପ୍ରତୀୟମାନ ହୁଏ । କିଭଳି ଭାବେ ତାମିଲନାଡୁରୁ ରାମଙ୍କୁ ଅଲଗା କରାଯାଇପାରିବ କହିଲେ ମୋଦି ।

ଭାରତର ବୈଦେଶିକ ନୀତି ବିଷୟରେ ମଧ୍ୟ ସ୍ପଷ୍ଟ କହିଲେ ପ୍ରଧାନମନ୍ତ୍ରୀ । ‘ଆମ ପାଇଁ ପଡ଼ୋଶୀ ପ୍ରଥମ ବୋଲି କହିଲେ ପ୍ରଧାନମନ୍ତ୍ରୀ । ନେପାଳରେ ଭୂକମ୍ପ ହେଲା, ପ୍ରଥମେ ଆମ ପହଞ୍ଚିଲୁ । ଶ୍ରୀଲଙ୍କାରେ ସଙ୍କଟ ହେଲା, ଆମେ ଆଗ ହାତ ବଢ଼ାଇଲୁ । ଆମ ସମସ୍ତ ପଡ଼ୋଶୀଙ୍କୁ ଆମେ ଶକ୍ତିଶାଳୀ ଦେଖିବାକୁ ଚାହୁଁ । କିଛି ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ରାଜନୀତି ତାଙ୍କ ଦୁଃସ୍ଥିତି ପାଇଁ ଦାୟୀ । ମୋ ପାଇଁ ପରଫର୍ମାନ୍ସ ପ୍ରଥମ, ପ୍ରୋଟୋକଲ ପରେ । ରୁଷ୍‌-ୟୁକ୍ରେନ ଯୁଦ୍ଧ ବେଳେ ମୋ ତ୍ରିରଙ୍ଗା ମୋ ପାଇଁ ଗ୍ୟାରେଣ୍ଟି ଥିଲା ।’

‘ସେହିଭଳି ନିର୍ବାଚନକୁ କଳାଧନ ମୁକ୍ତ କରିବାକୁ ଆମେ ଚେଷ୍ଟା କରୁଛୁ । କଳାଧନ ମୁକ୍ତ କରିବାକୁ ହଜାରେ, ୨ ହଜାର ନୋଟ୍‌ ବନ୍ଦ କଲୁ । ଇଲେକ୍‌ଟୋରାଲ ବଣ୍ଡ ଏଦିଗରେ ଏକ ସଫଳ କାହାଣୀ । କିଏ ଦେଲା, କାହାକୁ ଦେଲା, ବଣ୍ଡ ଦ୍ୱାରା ପୂରା ସ୍ପଷ୍ଟ ହେଲା । ଇମାନଦାରୀ ସହ ଭାବିଲେ ବିରୋଧ କରୁଥିବା ଲୋକ ଅନୁତାପ କରିବେ ।

‘ଦେଶରେ ଇଡି କରୁଥିବା କେସ୍‌ରୁ ମାତ୍ର ୩% ରାଜନୈତିକ ଲୋକ । ବାକି ୯୭% କେସ୍‌ ଅଣରାଜନୈତିକ ଲୋକଙ୍କ ନାଁରେ ରହିଛି । ୧ ଲକ୍ଷ କୋଟି ଟଙ୍କାର ବେଆଇନ ସଂପତ୍ତି ଆଟାଚ୍‌ କରିଛି ଇଡି । ପୂର୍ବରୁ ଇଡି ମାତ୍ର ୩୪ ଲକ୍ଷ ଟଙ୍କା ଜବତ କରିପାରିଥିଲା । ବିଗତ ୧୦ ବର୍ଷରେ ୨୨୦୦ କୋଟି ଟଙ୍କା ଜବତ କରିଛି ଇଡି । ଭ୍ରଷ୍ଟାଚାର ବିରୋଧରେ ଆମର ଲଢ଼େଇ ଜାରି ରହିବା ଉଚିତ ।