Advertisment

‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି; ଦେଲେ ଏହି ସବୁ ଗ୍ୟାରେଣ୍ଟି

ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ଆହୁରି କହିଛନ୍ତି ଯେ, ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ।

author-image
Sonali Ojha
BJP manifesto

BJP manifesto

୨୦୨୪ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର 'ସଂକଳ୍ପ ପତ୍ର' ଜାରି କଲା ବିଜେପି । ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଂକଳ୍ପ ପତ୍ର ଜାରି କରାଯାଇଛି । ନିଜ ସକଂଳ୍ପ ପତ୍ରରେ ବିଜେପି ମୋଦିଙ୍କ ଗ୍ୟାରେଣ୍ଟି ଆଧାରାରେ ଦେଶର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛି ।

Advertisment

ନିର୍ବାଚନୀ ଇସ୍ତାହାର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିଜେପିର 'ସଂକଳ୍ପ ପତ୍ର' ବିକଶିତ ଭାରତର ଚାରୋଟି ଦୃଢ ସ୍ତମ୍ଭ - ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ସଶକ୍ତ କରୁଛି।ଏହି ଅବସରରେ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ଆଗାମୀ ପାଞ୍ଚ ବର୍ଷ ପାଇଁ ମାଗଣା ରାସନ୍ ଯୋଗାଇ ଦିଆଯିବ । ମଧ୍ୟବିତ୍ତ ପରିବାରର ବୟସ୍କଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ସହ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ।

ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ଆହୁରି କହିଛନ୍ତି ଯେ, ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ । ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ ବୋଲି କହିଛନ୍ତି ମୋଦି । ସେହିପରି ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ କରାଯିବ। ଖାଲି ସେତିକି ନୁହେଁ, ଆଉ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment

ଆଗାମୀ ଦିନରେ ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଚାଲିବ । ଏନେଇ ଖୁବଶୀଘ୍ର ସର୍ଭେ କାମ ଆରମ୍ଭ ହେବ । ଆଗକୁ ଖୁବଶୀଘ୍ର ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ଗଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ଗରିବ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଣ କରାଯିବ।'ସଂକଳ୍ପ ପତ୍ର' ୟୁନିଫର୍ମ ସିଭିଲ କୋଡ ଏବଂ ୱାନ ନେସନ ୱାନ ଇଲେକ୍ସନକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛି।ସ୍ୱତନ୍ତ୍ର ଦକ୍ଷ ଲୋକଙ୍କୁ ବର୍ତ୍ତମାନ ପିଏମ୍ ହାଉସିଂ ଯୋଜନାରେ ପ୍ରାଥମିକତା ଦିଆଯିବ ।

ସ୍ତନ କର୍କଟ, ଗର୍ଭାଶୟ କର୍କଟ, ରକ୍ତହୀନତା ଏବଂ ଅଷ୍ଟିଓପୋରୋସିସ୍ ରୋକିବା ଏବଂ ହ୍ରାସ କରିବାକୁ ଲକ୍ଷ୍ୟ ରଖଯାଇଛି। ଏଥିସହ ଗର୍ଭାଶୟ କର୍କଟକୁ କିପରି ମୂଳୋତ୍ପାଟକ କରାଯିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ। ଦେଶରେ ନିଯୁକ୍ତି ପରୀକ୍ଷାରେ ହେଉଥିବା ଦୁର୍ନୀତି ରୋକିବା ଦିଗରେ କଠୋର ଆଇନ୍ ଆସିବ।ସମୟ ସମୟରେ ଫସଲର ଏମଏସପି ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଛି ବିଜେପି। ଏଥିସହ କୃଷି ସମ୍ପର୍କୀତ ଏକ ସ୍ୱଦେଶୀ ଭାରତ କୃଷି ଉପଗ୍ରହ ଲଞ୍ଚ କରାଯିବ ବୋଲି କୁହାଯାଇଛି। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି କରିବାକୁ ଗ୍ୟାରେଣ୍ଟି ଦେଇଛି ବିଜେପି।

PM Modi BJP
Advertisment
Advertisment