Advertisment

ରୋଚକ ସ୍ଥିତିରେ ବାଲେଶ୍ବର ଲଢ଼େଇ; ଦଶ ବର୍ଷ ପରେ ପୁଣି ପ୍ରତାପ-ଶ୍ରୀକାନ୍ତ ଟକ୍କର...

ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ।

author-image
Sujit kumar Swain
undefined

Balasore Lok Sabha constituency

ଏଥର ବାଲେଶ୍ବର ଦେଖିବ ଦମଦାର ଲଢ଼େଇ । କଂଗ୍ରେସ, ସାଂସଦ ପ୍ରାର୍ଥୀଭାବେ ହେଭିୱେଟ୍ ନେତା ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା କରିବା ପରେ ଏଠି ଏବେ ତ୍ରିମୁଖୀ ଲଢେଇ ଏକପ୍ରକାର ସ୍ପଷ୍ଟ। କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଏଠି ମୈଦାନକୁ ଛାଡ଼ି ସାରିଥିବା ବେଳେ ବିଜେଡି ନୂଆ ମୁହଁ ଭାବେ ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏ ତିନି ଜଣଙ୍କ ଭିତରେ ଲଢ଼େଇକୁ ଅପେକ୍ଷା କରିଛି ବାଲେଶ୍ବର ।

Advertisment

ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କର ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ। ୨୦୦୯ରେ ଶ୍ରୀକାନ୍ତ ଜେନା ପ୍ରଥମଥର ପାଇଁ କେନ୍ଦ୍ରାପଡାରୁ ଆସି ବାଲେଶ୍ବରରୁ କଂଗ୍ରେସ ଟିକେଟରେ ଲଢ଼ିବା ସହ  ୩ ଲକ୍ଷ ୧୩ ହଜାର ୮୮୮ ଖଣ୍ଡ ଭୋଟ ପାଇ ଏନସିପିର ଅରୁଣ ଦେଙ୍କୁ ହରାଇଥିଲେ । ଆଉ କେନ୍ଦ୍ରରେ ମନ୍ତ୍ରୀ ବି ହୋଇଥିଲେ । ହେଲେ ୧୪ ନିର୍ବାଚନରେ ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିର ରବୀନ୍ଦ୍ର ଜେନାଙ୍କ ସହ ତ୍ରିମୁଖୀ ଲଢ଼େଇରେ ତୃତୀୟ ସ୍ଥାନକୁ ଖସିଯାଇଥିଲେ ଶ୍ରୀକାନ୍ତ । ଗଡ଼ ଜିତିଥିଲା ବିଜେଡି।

କିନ୍ତୁ ୧୯ ବେଳକୁ ବଦଳିଯାଇଥିଲା ବାଜି। ଆଉ ମୈଦାନରେ ଶ୍ରୀକାନ୍ତ ନଥିଲେ। ବିଜେପି-ବିଜେଡି ଭିତରେ ଜୋରଦାର ଟକ୍କରରେ ୪ ଲକ୍ଷ ୮୩ ହଜାର ୮୫୮ ଖଣ୍ଡ ଭୋଟ୍ ପାଇ ପ୍ରତିପକ୍ଷ ରବୀନ୍ଦ୍ର ଜେନାଙ୍କୁ ପାଖାପାଖି ୧୩ ହଜାର ଭୋଟରେ ହରାଇଥିଲେ ପ୍ରତାପ ଷଡ଼ଙ୍ଗୀ । କେନ୍ଦ୍ରରେ ମନ୍ତ୍ରୀ ବି ହୋଇଥିଲେ।

Advertisment

ଆଉ ଏଥର ବିଜେପି ପୁଣି ପ୍ରତାପଙ୍କ ଉପରେ ଭରସା କରିଥିଲା ବେଳେ ୧୦ ବର୍ଷ ପରେ ବାଲେଶ୍ବର ଭୋଟ୍ ପାଣିପାଗକୁ ମାପିଚୁପି କଂଗ୍ରେସରୁ ମୈଦାନକୁ ଓହ୍ଲାଇଛନ୍ତି ଶ୍ରୀକାନ୍ତ । ବିଜେଡି ମହିଳା କାର୍ଡ ଖେଳି ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀଙ୍କୁ ଟିକେଟ୍ ଦେଇ ବିଜେପି ଭୋଟ୍ କାଟିବା ଚକ୍କରରେ ରହିଛି ।

ତିନି ପ୍ରମୁଖ ରାଜନୈତିକ ଦଳର ଯୋଦ୍ଧା ଘୋଷଣା ପରେ ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ମୈଦାନ୍। ବିଜେପି ତାର ସଂକଳ୍ପପତ୍ରରେ ମୋଦିଙ୍କ ଗ୍ୟାରେଣ୍ଟିକୁ ଅସ୍ତ୍ର କରିଥିବାରୁ ବିକାଶର ଧାରାକୁ ନେଇ ପ୍ରତାପ ଷଡଙ୍ଗୀ ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସେହିପରି ନାଁ ଘୋଷଣା ହେଉ ହେଉ ଶ୍ରୀକାନ୍ତ ବି ରଣନୀତିରେ ଲାଗି ପଡ଼ିଲେଣି । 

ଅପରପକ୍ଷେ, ବିଜେପିରେ ଥିବା ବେଳେ ବିଜେଡି ଉପରେ ବିଷ ଉଦଗାରୁଥିବା ଲେଖାଶ୍ରୀ, ଏବେ ସେଇ ବିଜେଡିରୁ ପ୍ରାର୍ଥୀ ହେବା ପରେ ଆଜି କ୍ଷୀରୋଚୋରା ଗୋପିନାଥ ମନ୍ଦିରକୁ ଯାଇ ପ୍ରଚାରର ଶୁଭ ଦେଇଛନ୍ତି। ରାଜନୀତି ସମୀକ୍ଷକଙ୍କ କହିବା କଥା ପ୍ରତାପଙ୍କ କ୍ଲିନ୍ ଇମେଜ୍ ସହ ବାଲେଶ୍ବର ରାଜନୀତିରେ ଜବରଦସ୍ତ ପକଡ୍ ରହିଛି । ଠିକ୍ ସେହିପରି ଶ୍ରୀକାନ୍ତ ରାଜନୀତିର ପୁରୁଣା ଖେଳୁଆଡ୍। ତେଣୁ ପ୍ରତାପଙ୍କ ଭୋଟ ଭାଙ୍ଗିବାକୁ ବିଜେଡି ଲେଖାଶ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି ।

ଏଥର ବାଲେଶ୍ବର ଦେଖିବ ବିଜେପି ଓ କଂଗ୍ରେସର ଦୁଇ ଅଭିଜ୍ଞ ଓ ଟାଣୁଆ ନେତାଙ୍କ ସହ ବିଜେଡିର ଅନଭିଜ୍ଞ ନବାଗତା ପ୍ରାର୍ଥୀଙ୍କ ଭିତରେ ଟକ୍କର। ଏଥିରେ କାହା ପଲା ଭାରି ରହିବ, କିଏ ମାରିବ ବାଜି, ତା ଉପରେ ନଜର ।

BJD BJP Congress General Elections 2024
Advertisment
Advertisment