• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସାଧାରଣ ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଆଣିବ ବିଜେପି। ବି. ଆର. ଆମ୍ବେଦକରଙ୍କ ଜନ୍ମତିଥିରେ ଆସିବାକୁ ଥିବା ଏହି ସଂକଳ୍ପ ପତ୍ରକୁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ। ମୋଦିଙ୍କ ସହ ବିଜେପିର ବହୁ ତୁଙ୍ଗ ନେତା ମଧ୍ୟ ଉପସ୍ଥିତ ରହିବେ।

ସଂକଳ୍ପ ପତ୍ରରେ ବିଜେପି ଜନମଙ୍ଗଳ, ବିକାଶ ଏବଂ ବିକଶିତ ଭାରତର ରୋଡମ୍ୟାପକୁ ଫୋକସ କରିବ। ଏଥିସହ ଯୁବବର୍ଗ, ମହିଳା, କୃଷକ ଏବଂ ଦାରିଦ୍ର୍ୟ ଦୂର ଉପରେ ମଧ୍ୟ ଦଳ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି। ସଂକଳ୍ପ ପତ୍ରର ଥିମ୍ ରହିବ, ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’।

ସୋସିଆଲ ମିଡିଆ କ୍ୟାମ୍ପେନ୍ ଏବଂ ସାରା ଦେଶରୁ ମିଳିଥିବା ୧୫ଲକ୍ଷରୁ ଅଧିକ ପରାମର୍ଶକୁ ଆଧାର କରି ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ଗଠିତ ଘୋଷଣାପତ୍ର କମିଟି। ଆସନ୍ତା ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରହିଛି। ପୂର୍ବରୁ କଂଗ୍ରେସ ନ୍ୟାୟ ପତ୍ର ନାଁରେ ନିଜର ନିର୍ବାଚନୀ ଘୋଷଣା ପତ୍ର ପ୍ରକାଶ କରିସାରିଛି।

OTV is now on Whatsapp

Join and get latest news update delivered to you via whatsapp

Join Now