• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୪୦୦ ପାର୍ ମିଶନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର । ଦଳର ସଂକଳ୍ପ ପତ୍ର- ମୋଦି କି ଗ୍ୟାରେଣ୍ଟି-୨୦୨୪ । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ସଂକଳ୍ପ ପତ୍ରରେ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ସଂକଳ୍ପ ପତ୍ର ଉନ୍ମୋଚନ ସହ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମର ଫୋକସ୍‌ ଡିଗନିଟି ଅଫ୍ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍ ଅର୍ଥାତ୍ ମର୍ଯାଦାବନ୍ତ ଓ ଉନ୍ନତମାନର ଜୀବନ । ନଜର ପକାନ୍ତୁ ସଂକଳ୍ପ ପତ୍ରରେ ରହିଥିବା ମୋଦିଙ୍କ କିଛି ପ୍ରମୁଖ ଗ୍ୟାରେଣ୍ଟି ଉପରେ..

- ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରଣ କରିବୁ

- ଦେଶର ସ୍ୱାର୍ଥ ପାଇଁ ୟୁନିଫର୍ମ ସିଭିଲ କୋଡ୍ ବା ସମାନ ନାଗରିକ ସଂହିତା ଲାଗୁ

- ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଯୋଗାଣ

- ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ

- ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ

- ଦେଶର ପଶ୍ଚିମ ଭାଗ ଭଳି ଉତ୍ତର, ଦକ୍ଷିଣ ଓ ପୂର୍ବ ଭାରତରେ ମଧ୍ୟ ବୁଲେଟ ଟ୍ରେନ୍ ପ୍ରଚଳନ

- ନୂଆ ବନ୍ଦେ ଭାରତ, ଅମୃତ ଭାରତ ଏବଂ ନମୋ ଭାରତ ଟ୍ରେନ୍

- ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ

- ଆଉ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ

- ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ

- ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବାର ପ୍ରତିଶ୍ରୁତି

ବିଜେପି କହିଛି, ଯୁବ ଭାରତର ଯୁବ ଆଙ୍କାକ୍ଷା ଦଳର ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି । ଗରିବ, ଯୁବକ, ଅନ୍ନଦାତା ଏବଂ ନାରୀଶକ୍ତିକୁ ନେଇ ବିଜେପି ଆଗକୁ ବଢୁଛି । ନିର୍ବାଚନୀ ଇସ୍ତାହାର ଜାରି କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ଚାରି ବର୍ଗର ଜଣ-ଜଣଙ୍କୁ ସଂକଳ୍ପ ପତ୍ର ପ୍ରଦାନ କରିଥିଲେ। ଆଗାମୀ ୫ ବର୍ଷରେ ବି ଦେଶବାସୀଙ୍କୁ ସେବା, ସୁଶାସନ ଓ ଗରିବ କଲ୍ୟାଣର ଗ୍ୟାରେଣ୍ଟି ଦେଇଛି ବିଜେପି ।

ଆସନ୍ତା ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏବଂ ଜୁନ୍ ୨ ତାରିଖରେ ଶେଷ ପର୍ଯ୍ୟାୟ । ଆଉ ଜୁନ୍ ୪ ତାରିଖରେ ଫଳାଫଳ ଆସୁ ଆସୁ ବିଜେପି ସଂକଳ୍ପ ପତ୍ରରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ଲାଗି ପଡ଼ିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Reported by:
  • SIBANANDA ROUT